Published: Nov 18, 2025, 08:52 PM IST|Updated: Nov 18, 2025, 08:52 PM IST
Dhanu Yatra 2025: ଡିସେମ୍ବର ୨୪ ତାରିଖରୁ ଦୁଲୁକିବ ବରଗଡ଼ । ଲାଗିବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ଦରବାର । ପୁଣି ଥରେ ହେବ ଧନୁଯାତ୍ରା । ମୁକ୍ତାକାଶରେ ଅଭିନୟର ଯାଦୁ ଦେଖାଇବେ କଳାକାର । ଏଥିପାଇଁ କଳାକାର ଚୟନ ଶେଷ ହୋଇଛି । ଚଳିତବର୍ଷ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଲ କୁମାର ମେହେର ଚୟନ ହୋଇଛନ୍ତି । ବରଗଡ଼ ଏଡିଏମ ବିଧିବଦ୍ଧ ଭାବେ ସୁଶୀଲଙ୍କ ନାଁ ଘୋଷଣା କରିଛନ୍ତି । ୩୬ ଜଣ କଳାକାରଙ୍କୁ ପଛରେ ପକାଇ ସୁଶୀଲ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାକୁ ମନୋନିତ ହୋଇଛନ୍ତି ।