ଆଜି ସକାଳ ସମୟରେ ବୋଲଗଡ ବ୍ଲକ ନେଳିଆ ପୋଖରୀ ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ନଡିଆ ଗଛରୁ ନଡିଆ ତୋଳିବା ବେଳେ ବିଦ୍ୟୁତ ସଂପର୍କରେ ଆସି ଯୁବକଙ୍କ ମୃତ୍ଯୁ ଘଟିଛି । ଯୁବକ ଜଣଙ୍କ ନିକଟସ୍ଥ ଖଙ୍ଗୁରିଆ ଗ୍ରାମର ଜଗୁ ପରିଡା ବୋଲି ଜଣା ପଡିଛି । ସକାଳ ସମୟରେ ଜଗୁ ନଡିଆ ତୋଳିବାକୁ ଗଛ ଉପରେ ଚଢିଥିବା ବେଳେ ୩୩କେଭି ବିଦ୍ୟୁତ ତାର ସଂପର୍କରେ ଆସିଯାଇଥିଲେ । ଫଳରେ ଗଛ ଉପରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୋଲଗଡ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କଲାବେଳେ ଅସାବଧାନତା ଯୋଗୁ ମୃତ ଦେହଟି ଗଛ