)
Amitabh Bachchan:ବଲିଉଡର ମହାନାୟକ ଅମିତାଭ ବଚ୍ଚନ କୌଣସି ପରିଚୟର ଆବଶ୍ୟକତା କରନ୍ତି ନାହିଁ । ଦେଶ ଭିତରେ ଓ ବାହାରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ୫୦ ବର୍ଷରୁ ଅଧିକ ବର୍ଷ ଧରି ସେ ନିଜ ଫ୍ୟାନଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି । ଅନେକ ଆସିଛନ୍ତି ଓ ଯାଇଛନ୍ତି କିନ୍ତୁ ବିଗ୍ ବି ସେମିତି ରହିଛନ୍ତି । ୧୯୭୦ ଦଶକରୁ ନୂଆ ସହସ୍ରାବ୍ଦୀରେ ମଧ୍ୟ ତାଙ୍କ ଯାଦୁ ଫିକା ପଡିନି ।ସିଲଭଲ ସ୍କ୍ରିନରୁ ସୋସିଆଲ ମିଡିଆ ସବୁଠି ତାଙ୍କର ରହିଛି କୋଟି କୋଟି ଫଲୋଅର୍ସ । କିନ୍ତୁ କେବେ ଭାବିଛନ୍ତି କି ବଚ୍ଚନ କାହାକୁ ଫଲୋ କରନ୍ତି ? ଉତ୍ତର ହେଉଛି ଫେସବୁକରେ ଅମିତାଭ ଜଣେ ହିଁ ବ୍ୟକ୍ତିଙ୍କୁ ଫଲୋ କରନ୍ତି । ଆଉ ସେହି ଜଣକ ତାଙ୍କର ପରିବାର ସଦସ୍ୟ ନୁହନ୍ତି କି ତାଙ୍କର ଫିଲ୍ମ ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ । ଆସନ୍ତୁ ଜାଣିବା ବିଗ୍ ବି ଯାହାଙ୍କୁ ଫଲୋ କରନ୍ତି ସେ କିଏ ?
ବିଗ ବି ଯାହାକୁ ଫଲୋ କରିଛନ୍ତି ସେ କୌଣସି ସେଲିବ୍ରିଟି ନୁହନ୍ତି ନା ତାଙ୍କର କେହି ସମ୍ପର୍କୀୟ । ଅମିତାଭଙ୍କର ସେହି ବ୍ୟକ୍ତିଙ୍କ ସହ ରହିଛି କେବଳ ହୃଦୟର ସମ୍ପର୍କ । ଫେସବୁକରେ ଅବନି ରାଠୀଙ୍କୁ ଫଲୋ କରିଛନ୍ତି ବିଗ ବି । ଯିଏକି ଜଣେ ଦୃଷ୍ଟିବାଧିତ । ଅମିତାଭଙ୍କ ରିଆଲିଟି ଶୋ କୌନ ବନେଗା କରୋଡପତିରେ ଅବନୀଙ୍କ ସହ ବିଗ ବିଙ୍କ ଦେଖା ହୁଏ । କେବିସିର ୧୪ ତମ ସିଜିନରେ ବିଗ ବିଙ୍କ ସହ ହଟ୍ ସିଟ୍ରେ ବସିଥିଲେ ଅବନୀ ।
କେବିସିରେ ଭାଗ ନେଇଥିବା ଅବନୀ ଜଣେ ଲେଖିକା, ଗୀତିକାର ଓ ସଙ୍ଗୀତକାର ମଧ୍ୟ । ଯଦି ଆପଣ ଅବନୀଙ୍କ ଫେସବୁକ ଆକାଉଣ୍ଟକୁ ଯିବେ ଆପଣଙ୍କୁ ତାଙ୍କର ଅନେକ ଭିଡିଓ ଦେଖିବାକୁ ମିଳିବ । ଗତ ୨୦୨୨ରେ ଅମିତାଭ ନିଜ ବ୍ଲଗରେ ଅବନୀଙ୍କ କଥା ସେୟାର କରିଥିଲେ । ନିଜ ବ୍ଲଗରେ ଅମିତାଭ ଲେଖିଥିଲେ ‘ଅବନୀଙ୍କୁ ସେ ଛୁଇଁଥିଲେ, ତାଙ୍କ ହାତ ଧରିଥିଲେ । ଯେଉଁଥିପାଇଁ ଅବନୀଙ୍କୁ ଅନୁଭବ ହେବ ଯେ ତାଙ୍କ ପାଖରେ ଅମିତାଭ ଅଛନ୍ତି । ’
୨୦୧୯ ଜନ୍ମଦିନ ବର୍ଷରେ ଅମିତାଭଙ୍କୁ ଏକ ଚିଠି ଲେଖିଥିଲେ ଅବନୀ । ସେଥିରେ ସେ ଲେଖିଥିଲେ ମୁଁ ତୁମକୁ ସୋସିଆଲ ମିଡିଆରେ ଫଲୋ କରିଛି । ଯାହାର ଜବାବ ଦେଇ ବିଗ ବି ଲେଖିଥିଲେ ମୋତେ ତୁମ ଚିଠି ମିଳିଛି । ମୁଁ କଥା ଦେଉଛି ମୁଁ ବି ତୁମକୁ ସୋସିଆଲ ମିଡିଆରେ ଫଲୋ କରିବି । ଏହାପରେ କଥା ରଖିବାକୁ ଯାଇ ଅବନୀଙ୍କୁ ଫେସବୁକ, ଇନଷ୍ଟା ଓ ଟ୍ବିଟରରେ ଫଲୋ କରିଛନ୍ତି ବଲିଉଡ ସେହନଶାହ ଅମିତାଭ ବଚ୍ଚନ