Advertisement
Article Detail0/zeeodisha/odisha2779295
Zee OdishaWeatherWeather Update: ଦୁର୍ବଳ ହେଲା ଗଭୀର ଅବପାତ, ପ୍ରଭାବରେ ଏହିସବୁ ସ୍ଥାନରେ ହେବ ଛେଚାବର୍ଷା

Weather Update: ଦୁର୍ବଳ ହେଲା ଗଭୀର ଅବପାତ, ପ୍ରଭାବରେ ଏହିସବୁ ସ୍ଥାନରେ ହେବ ଛେଚାବର୍ଷା

Weather Update: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ,ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ତାଜା ଅପଡେଟ୍ ଜାରି କରିଛି। 

Weather Update: ଦୁର୍ବଳ ହେଲା ଗଭୀର ଅବପାତ, ପ୍ରଭାବରେ ଏହିସବୁ ସ୍ଥାନରେ ହେବ ଛେଚାବର୍ଷା

Weather Update: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ,ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ତାଜା ଅପଡେଟ୍ ଜାରି କରିଛି। ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ। ବର୍ତ୍ତମାନ ବାଂଲାଦେଶ ଉପରେ ସକ୍ରିୟ ଥିବାବେଳେ,ପ୍ରଭାବରେ ଆଜି ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ୨୦ ସେମିରୁ ଅଧିକ ବର୍ଷା ହେବ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। 

 

ALSO READ: Odisha Weather Report: ଲଘୁଚାପ ଅବପାତରେ ରୂପାନ୍ତରିତ, ପ୍ରଭାବରେ ୮ ଜିଲ୍ଲାରେ ଛେଚିବ ବର୍ଷା ସହ ହେବ ଧୂଳି ଝଡ଼!

ALSO READ: Gold Rate Today: ପୁଣି ଚିନ୍ତା ବଢାଇଲା ସୁନା ରେଟ୍, ଓଡ଼ିଶାରେ ଭରି ପିଛା ରହିଛି...

ଚଳିତ ମାସ ୨୮ ତାରିଖରେ ରାଜ୍ୟକୁ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇଥିଲା। ଏହି ମୌମୁମୀ ବାୟୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ଛୁଇଁଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାକୁର ଅଧିକାଂଶ ଭାଗକୁ ଛୁଇଁଛି । ଖୋର୍ଦ୍ଧା , ପୁରୀ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଆଂଶିକ ଭାବେ ସ୍ପର୍ଶ କରିଛି।  ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ବିଜୁଳି ଘଡ଼ଘଡି଼ ନେଇ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଛି।ସେହି ଜିଲ୍ଲା ଗୁଡିକ ହେଲା, ରାୟଗଡା, ନବରଙ୍ଗପୁର, କଳାହାଣ୍ତି, ନୂଆପଡା, ମୟୂରଭଂଜ, ବାଲେଶ୍ବର, କୋରାପୁଟ ଓ ମାଲକାନଗିରି। ଏହିସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବ।  ୧ ରୁ ଠାଏ ଠାଏ ବର୍ଷା ହେବ। ଅନ୍ୟପକ୍ଷରେ ଗରମ ପ୍ରକୋପ ବଢିବ। 

 

About the Author