Aajira Panipaga: ରାଜ୍ୟରେ ଜାରି ରହିଛି କାଳବୈଶାଖି। ବିଭିନ୍ନ ସ୍ଥାନରେ ଧୂଳିଝଡ଼ ସହ ବର୍ଷା ପବନ ଓ କୂଆପଥର ମାଡ଼ ଦେଖିବାକୁ ମିଳିଛି। ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।
ମଙ୍ଗଳବାର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ରବିବାର କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।
ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ନେଇ ୧୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ALSO READ: Ridge Gourd: ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଜହ୍ନି, ହଜମ ପ୍ରକ୍ରିୟାରେ ଉନ୍ନତି ସହ ମିଳିଥାଏ ଏହି ସବୁ ଫାଇଦା...
ALSO READ: Fatty Liver Symptoms: ଫ୍ୟାଟି ଲିଭର ହେବା ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ...
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।
ସେପଟେ ଆଜିଠାରୁ କିଛି କିଛି ସ୍ଥାନରେ ତାତି କ୍ରମଶଃ ଉପରମୁହାଁ ହେବା ନେଇ ମଧ୍ୟ ଆକଳନ କରିଛି ବିଭାଗ। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିବ।
ट्रेन्डिंग फोटोज़