Advertisement
Photo Details/zeeodisha/odisha2953721
Zee OdishaPhotosOdisha Weather Report: ଆସୁଛି ବଡ଼ ଲଘୁଚାପ, ପ୍ରଭାବରେ ଆଜି ଉପକୂଳ ସମେତ ୨୦ ଜିଲ୍ଲାରେ ବର୍ଷା !
photoDetails0hindi

Odisha Weather Report: ଆସୁଛି ବଡ଼ ଲଘୁଚାପ, ପ୍ରଭାବରେ ଆଜି ଉପକୂଳ ସମେତ ୨୦ ଜିଲ୍ଲାରେ ବର୍ଷା !

Odisha Weather Report: ଭୁବନେଶ୍ଵର: ଅକ୍ଟୋବର ମାସ ପ୍ରଥମ ସପ୍ତାହ ଯାଇ ଦ୍ବିତୀୟ ସପ୍ତାହ ହେଲାଣି । ତଥାପି ରାଜ୍ୟରେ ଛେଚୁଚି ବର୍ଷା। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୦ ତାରିଖରେ (ଶୁକ୍ରବାର‌) ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆଜି ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

1/19

Odisha Weather Report: ଭୁବନେଶ୍ଵର: ଅକ୍ଟୋବର ମାସ ପ୍ରଥମ ସପ୍ତାହ ଯାଇ ଦ୍ବିତୀୟ ସପ୍ତାହ ହେଲାଣି । ତଥାପି ରାଜ୍ୟରେ ଛେଚୁଚି ବର୍ଷା। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୦ ତାରିଖରେ (ଶୁକ୍ରବାର‌) ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆଜି ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

2/19

ପ୍ରତ୍ୟାବର୍ତ୍ତନ କରୁଥିବା ମୌସୂମୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁରୁବାର ଭାରି ବର୍ଷା ହୋଇପାରେ। 

3/19

ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ଅଛି। 

4/19

ଉପକୂଳ ଓଡ଼ିଶାର ଅନ୍ୟ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

5/19

୯ରୁ ୧୧ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ( ଆଇଏମ୍‌ଡି) ଆକଳନ କରିଛି।

6/19

ଯାଜପୁର, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

7/19

ସେହିଭଳି ୧୦ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

8/19

ଏହା ପ୍ରଭାବରେ ଶୁକ୍ରବାର ଗଞ୍ଜାମ ଓ ଗଜପତିରେ ଭାରୀ ବର୍ଷା ହୋଇପାରେ।

9/19

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। 

10/19

୧୧ରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

11/19

ବୁଧବାର ଭୁବନେଶ୍ୱରରେ ସର୍ବାଧିକ ୪୦.୯ ମିମି ବର୍ଷା ହୋଇଛି। 

12/19

ବୁଧବାର ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନରୁ ନେଇ ଅପରାହ୍ନ ଯାଏ ଘନଘନ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଛି।

13/19

ପାଣିପାଗ ବିଭାଗର ଆକଳନ ଅନୁସାରେ ପ୍ରାୟ ଅଧା ଓଡ଼ିଶାରେ ବର୍ଷା ହୋଇଛି । ସବୁଠି ସମାନ ସ୍ଥିତି ଦେଖିବାକୁ ମିଳିଛି। 

14/19

ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିଛି । 

15/19

ଆଗାମି ୩ ଦିନ ପର୍ଯ୍ୟନ୍ତ ଏଭଳି ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ଆଇଏମଡି । 

16/19

ଆଇଏମଡିର ଆକଳନ ଅନୁସାରେ ଆଜି ଗୁରୁବାର ଉପକୂଳ, ଉତ୍ତର-ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶାର ୨୪ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 

17/19

ତାପରେ ଦିନ ତମାମ ୨୦ରୁ ଅଧିକ ଜିଲ୍ଲାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । 

18/19

ତେବେ ପାଣିପାଗର ପାରିପାର୍ଶ୍ବକ ସ୍ଥିତିକୁ ଦେଖି ଅକ୍ଟୋବରରେ ବାତ୍ୟା ଆଶଙ୍କା କମ୍ ରହିଛି । 

19/19

ନଭେମ୍ବରରେ ବାତ୍ୟା ଆଶଙ୍କା ଅଧିକ ରହିଛି ବୋଲି କହିଛନ୍ତି ଆଇଏମଡି ପୂର୍ବତନ ଡିଜି ।