Advertisement
Photo Details/zeeodisha/odisha2993231
Zee OdishaPhotosRain Alert: ଶୀତରେ ଆସୁଛି ଦୁଇଟି ଲଘୁଚାପ! ରୁହନ୍ତୁ ସତର୍କ,ଏହିସବୁ ଜିଲ୍ଲାରେ ହୋଇପାରେ ଭୀଷଣ ବର୍ଷା
photoDetails0hindi

Rain Alert: ଶୀତରେ ଆସୁଛି ଦୁଇଟି ଲଘୁଚାପ! ରୁହନ୍ତୁ ସତର୍କ,ଏହିସବୁ ଜିଲ୍ଲାରେ ହୋଇପାରେ ଭୀଷଣ ବର୍ଷା

Rain Alert: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଆଗକୁ ରାତିର ତାପମାତ୍ରା ଆହୁରି ଖସିବ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଗକୁ ଆସୁଛି ଦୁଇଟି ଲଘୁଚାପ। ତେବେ, ଆସନ୍ତୁ ଜାଣିବା କେବେ ସୃଷ୍ଟି ହେବ ଲଘୁଚାପ। ଏବଂ ରାଜ୍ୟ ଉପରେ ଏହାର ପ୍ରଭାବ କଣ ରହିବ।...

1/11

ଚଳିତ ମାସରେ  ଦୁଇଟି ଲଘୁଚାପ ଆସୁଛି।  ଗୋଟିଏ ଲଘୁଚାପ ବଳୟ ଆସନ୍ତା ୧୪ ତାରିଖ ଓ ଅନ୍ୟଟି ୧୯ ତାରିଖ ରେ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ବଢିପାରେ ସମସ୍ୟା!ରହନ୍ତୁ ସତର୍କ;ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ,ଉଦୟ ହେବ ୫ରାଶିଙ୍କ ଭାଗ୍ୟ; ବେକାରିଙ୍କୁ ମିଳିବ ଚାକିରି ସହ...

2/11

ବାତ୍ୟା ମନ୍ଥା ପ୍ରଭାବରେ ବର୍ତ୍ତମାନ୍ ପୂର୍ବ କେନ୍ଦ୍ରୀୟ  ଏବଂ ତତ୍ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ୧୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। 

 

3/11

ଅପରପକ୍ଷରେ ଟାଇଫୁନ୍  କାଲାମାଏଗିରେ ପହଞ୍ଚିବ।  ଟାଇଫୁନ୍  କାଲାମାଏଗିର ଯାହା ଫିଲିଫାଇନ୍ସ ପ୍ରଭାବିତ କରିବ ତାର ଅବଶିଷ୍ଚାଂଶ ବଙ୍ଗୋପସାଗରରେ ଆଣ୍ତାମାନ୍ ସାଗର ଅଞ୍ଚଳକୁ ଅଗ୍ରସର ହେବ। 

 

4/11

ଲଘୁଚାପ ବଳୟ ପ୍ରଭାବରେ ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ, ଏହି ଲଘୁଚାପର ପ୍ରଭାବ ରାଜ୍ୟ ଉପରେ ଏତେ ରହିବ ନାହିଁ। କିନ୍ତୁ ଦ୍ବିତୀୟ ଲଘୁଚାପର ପ୍ରଭାବ ବେଶ୍ ଅଧିକ ରହିବ।

 

5/11

ଅପରପକ୍ଷରେ ୧୯ ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଆଣ୍ତାମାନ୍ ସାଗରରେ  ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। 

 

6/11

ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ତାମାନରେ  ଲୋ-ପ୍ରେସର୍  ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଏହି ଲଘୁଚାପ ଉପରେ ନଜର ରହିଛି। 

 

7/11

ଯଦି ଲଘୁଚାପ ସୃଷ୍ଟି ହୁଏ ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେବ।  

 

8/11

ରାଜ୍ୟକୁ ଶୀତ ଫେରୁଥିବା ବେଳେ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

9/11

ଆଜି ଓ ଆସନ୍ତାକାଲି  ରାତି ତାପମାତ୍ରା ପ୍ରାୟ ୩ ରୁ ୫ ଡିଗ୍ରୀ ଖସିବ। 

 

10/11

ରାଉରକେଲା, ତୁରୁମୁଙ୍ଗା, ବାଲିଗୁଡା ଓ ଗଡାପୁର ଭଳି ସ୍ଥାନ ଗୁଡିକରେ ପାରଦ ୧୨ ତଳକୁ ଖସିପାରେ। 

 

11/11

ସେହିପରି, ସମ୍ବଲପୁର, ଭବାନୀପାଟଣା ଓ ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀ କୁ ଖସିବ। ଗତକାଲି, ଫୁଲବାଣୀରେ ୧୪ ଡିଗ୍ରୀ, କୋରାପୁଟ୍ରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡା ଓ କେନ୍ଦୁଝରରେ ୧୬.୮, ଭଦ୍ରକରେ ୧୬.୫ ଓ ଢେଙ୍କାନାଳରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ଼ ହୋଇଛି।