Advertisement
Photo Details/zeeodisha/odisha2991896
Zee OdishaPhotosOdisha Weather Report: ରାଜ୍ୟରେ ଆଜିଠୁ ବଢ଼ିବ ଶୀତ,ଥରିବ ଏହିସବୁ ଜିଲ୍ଲା!ବର୍ଷା ନେଇ...
photoDetails0hindi

Odisha Weather Report: ରାଜ୍ୟରେ ଆଜିଠୁ ବଢ଼ିବ ଶୀତ,ଥରିବ ଏହିସବୁ ଜିଲ୍ଲା!ବର୍ଷା ନେଇ...

Odisha Weather Report: ରାଜ୍ୟରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ଶୀତର ଆଗମନ ହୋଇଛି। ଆଜି ରାତିରୁ ରାଜ୍ୟରେ ବଢିବ ଶୀତ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ, ଆସନ୍ତୁ ଜାଣିବା ଆଜି ରାଜ୍ୟରେ କେଉଁ ସବୁ ଜିଲ୍ଲାରେ ଶୀତ ଅଧିକ ଅନୁଭବ ହେବ।....

1/10

ରବିବାର ରାତି ସୁଧା ପାରଦ ଆଉ ୩ ଡିଗ୍ରୀରୁ ୫ ଡିଗ୍ରୀ ଖସିଯିବ। ରାଉରକେଲା, ତୁରୁମୁଙ୍ଗା( କେନ୍ଦୁଝର),ବାଲିଗୁଡା(କନ୍ଧମାଳ) ଓ ଗଜାପୁର(ଗଜପତି)ରେ ପାରଦ ୧୨  ଡିଗ୍ରୀକୁ ଖସି ଯାଇପାରେ।  

ALSO READ: LPG Gas Price Today:କମିଲା ଗ୍ୟାସ୍ ରେଟ୍, LPG ସିଲିଣ୍ତର ପିଛା ...

ALSO READ: Today Horoscope:କର୍କଟ-କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅଶୁଭ,ଏମାନଙ୍କ ପାଇଁ ଶୁଭ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

2/10

ସମ୍ବଲପୁର ,ଭବାନୀପାଟଣା, ଝାରସୁଗୁଡା, ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିପାରେ। 

 

3/10

ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ର ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।  ଆସନ୍ତା ୨ ସପ୍ତାହ ଯାଏ ରାଜ୍ୟର ବହୁ ସ୍ଥାନରେ ଅଧିକ ଶୀତ ଅନୁଭବ ହେବ।  

 

4/10

ଦକ୍ଷିଣ ଆଭ୍ୟନ୍ତରୀଣରେ ୨୪ ରୁ ୨୫ ଡିଗ୍ରୀ, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୨୭ରୁ ୨୮ ଡିଗ୍ରୀ ରହିବ ବୋଲି ସେ ଆକଳନ କରିଛନ୍ତି।  

 

5/10

ଆଜିଠାରୁ ରବିବାର ଯାଏଁ ବାଲେଶ୍ବରରେ ୧୬ ଡିଗ୍ରୀ ଓ ଭୁବନେଶ୍ବରରେ ରାତିବେଳା ତାପମାତ୍ରା ୧୮ ଡିଗ୍ରୀ ରହିବ ବୋଲି ସେ କହିଛନ୍ତି। ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରୁଛି। 

 

6/10

ଆସନ୍ତା ୨ ସପ୍ତାହ ଯାଏଁ  ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ୩ ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ।  

 

7/10

ଅନ୍ତର୍ଜାତିୟ ପାଣିପାଗ ବିଜ୍ଞାନୀ  ବେଲ୍ ନୋଲ୍ ଇସିଏମଡବ୍ଲୁଏଫ୍ ମଡେଲକୁ ଆଧାର କରି କହିଛନ୍ତି ଯେ, ୨୦୨୬ ଆରମ୍ଭରୁ  ଲା-ନିନା ରୁ ଏଲ୍-ନିନୋ ସ୍ଥିତିକୁ ଆସିବ। 

 

8/10

ପଶ୍ଚିମ  ପ୍ରଶାନ୍ତ ମହାସାଗରର ଜଳରାଶି  ହଠାତ୍ ଉତ୍ତପ୍ତ ହେବା ଯୋଗୁଁ  ଏହା ପୂର୍ବ ଦିଗକୁ ମୁହାଁଇବା ସହ ଏଲନିନୋ-ସ୍ଥିତି ସୃଷ୍ଟି ହେବ। 

 

9/10

ଯଦି ଏଭଳି ସ୍ଥିତି ହେଲା, ତେବେ ୨୦୨୭ରେ ବିଶ୍ବର ତାପମାତ୍ରା ବଢିବ ବୋଲି ସେ କହିଛନ୍ତି। 

 

10/10

ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟର ୧୮ ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ଼ ହୋଇଛି।  ହେଲେ, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,ଆଜି ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ସୋନପୁର, ମାଲକାନଗିରି, କୋରାପୁଟ୍, ରାୟଗଡା, ନବରଙ୍ଗପୁର,କଳାହାଣ୍ତି, ଗଜପତି, ଗଞ୍ଜାମ ଓ କନ୍ଧମାଳର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।