Odisha Weather Rreport: ଭୁବନେଶ୍ୱର: ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି।
Odisha Weather Rreport: ଭୁବନେଶ୍ୱର: ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି।
1/16Odisha Weather Rreport: ଭୁବନେଶ୍ୱର: ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
2/16ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଗଲାଣି । ୨୭ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି ।
3/16ବିଶେଷ କରି ଦକ୍ଷିଣଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ଭୟ ରହିଛି । ଏବେଠାରୁ ଏ ସଂକ୍ରାନ୍ତରେ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ ।
4/16ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
5/16ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ଥିବାରୁ ତରତର ହୋଇ ଜମିରୁ ଧାନ କାଟି ନେଉଛନ୍ତି ଚାଷୀ ।
6/16ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରୁ ଶୀତ ଏବେ ଉଭାନ ହୋଇଯାଇଛି।
7/16ଅଧିକାଂଶ ସ୍ଥାନରେ ପାରଦ ପୁଣିଥରେ ୧୫ ଡିଗ୍ରି ଉପରକୁ ଚାଲି ଯାଇଛି।
8/16କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଘୁ ଉଦୟଗିରିରେ ୧୩.୮ ଡିଗ୍ରି, ଦାରିଙ୍ଗବାଡିରେ ୧୪ ଡିଗ୍ରି, ଝାରସୁଗୁଡ଼ାରେ ୧୪.୪ ଡିଗ୍ରି ରହିଥିଲା।
9/16ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ଥିଲା।
10/16ଆସନ୍ତା ୭ ଦିନ ମଧ୍ୟରେ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
11/16ବର୍ତ୍ତମାନ ସମୟରେ ଘୂର୍ଣ୍ଣିବଳୟ ଶ୍ରୀଲଙ୍କା ଉପକୂଳ ନିକଟରେ ସକ୍ରିୟ ଥିବା ବେଳେ ଅନ୍ୟଟି ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସକ୍ରିୟ ରହିଛି।
12/16ଏଆଇ ମଡେଲ୍ ଶ୍ରୀଲଙ୍କା ଘୂର୍ଣ୍ଣିବଳୟକୁ ସଶକ୍ତ କରୁଥିବା ବେଳେ ଗାଣିତିକ ମଡେଲ୍ଗୁଡ଼ିକ ମାଲାକ୍କା ନିକଟ ଲଘୁଚାପକୁ ସଶକ୍ତ କରୁଛନ୍ତି।
13/16ଶ୍ରୀଲଙ୍କା ପାଖରେ ଥିବା ଘୂର୍ଣ୍ଣିବଳୟ ଯଦି ଅଧିକ ଘନୀଭୂତ ହୁଏ ତେବେ ତାମିଲନାଡୁ କିମ୍ୱା ଶ୍ରୀଲଙ୍କା ଉପକୂଳକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି।
14/16ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶରୁ ମିଆଁମାର ନିକଟରେ ସ୍ଥଳଭାଗ ସ୍ପର୍ଶ କରିବ।
15/16ଅଧିକାଂଶ ମଡେଲ୍ ମାଲାକ୍କା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି।
16/16ତେବେ ଏହା କେତେ ଘନୀଭୂତ ହେବ, କେଉଁ ରୂପରେ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଆକଳନ କରିବାକୁ ସମୟ ଲାଗିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।