Odisha Weather Report: ଆଗାମୀ ୫ ଦିନ ରାଜ୍ୟରେ ଅଗ୍ନୀବର୍ଷା, ହଟିଲା ବାତ୍ୟା ଆଶଙ୍କା

Published: May 12, 2025, 07:16 AM IST|Updated: May 12, 2025, 07:16 AM IST

Odisha Weather Report:ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ତାତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ଏବେ ନିସ୍ତାର ନାହିଁ। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଭୟଙ୍କର ଅଗ୍ନିବର୍ଷା। ଅଧିକାଂଶ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡଡିଗ୍ରୀ ଉପରେ ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।