Advertisement
Photo Details/zeeodisha/odisha2753714
photoDetails0hindi

Odisha Weather Report: ଆଗାମୀ ୫ ଦିନ ରାଜ୍ୟରେ ଅଗ୍ନୀବର୍ଷା, ହଟିଲା ବାତ୍ୟା ଆଶଙ୍କା

Odisha Weather Report:ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ତାତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ଏବେ ନିସ୍ତାର ନାହିଁ। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଭୟଙ୍କର ଅଗ୍ନିବର୍ଷା। ଅଧିକାଂଶ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡଡିଗ୍ରୀ ଉପରେ ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

1/8

ଉପକୂଳରେ ଉଷ୍ମ ଅବସ୍ଥା ଲାଗିରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

2/8

ସୋମବାର ସାମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ। ମଙ୍ଗଳବାର ଏହି ଦୁଇ ସ୍ଥାନରେ ରେ ତାତି ୪୫ ଡିଗ୍ରୀ ରହିପାରେ। 

3/8

୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

4/8

ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି। ପାଣିପାଗ ବିଭାଗ ସତର୍କ କରାଇଛି। 

5/8

ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ କହୁଛି, ପଶ୍ଚିମ ପର୍ଶ ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। 

6/8

୧୯ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା'ଠାରୁ ଅଧିକ ରହିଥିଲା। ଭୁବନେଶ୍ଵରରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି।

7/8

ଏହା ପର୍ବରୁ ଗତକାଲି ଓ ମାର୍ଚ୍ଚ ୨୮ରେ ବଲାଙ୍ଗୀର ସହରର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା। 

8/8

ରବିବାର ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨, ସୁନ୍ଦରଗଡ଼ରେ ଅନୁଗୁଳରେ ୪୧.୭, ୪୧.୮, ହୀରାକୁଦ ও ଝାରସୁଗୁଡ଼ାରେ ୪୧.୬, ସୋନପୁରରେ ୪୧.୪, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରି ଲେଖାଏଁ ରହିଥିଲା |

 

;