Advertisement
Photo Details/zeeodisha/odisha2998439
Zee OdishaPhotosOdisha Weather Report: ଜାଡ଼ରେ ଥରିବ ଓଡ଼ିଶା, ରାତିରେ ଖସିବ ୩ ଡିଗ୍ରୀ !
photoDetails0hindi

Odisha Weather Report: ଜାଡ଼ରେ ଥରିବ ଓଡ଼ିଶା, ରାତିରେ ଖସିବ ୩ ଡିଗ୍ରୀ !

Odisha Weather Update: ଭୁବନେଶ୍ଵର: ରାଜ୍ୟରେ ଏବେ ପାରଦ ତଳମୁହାଁ। ପୁଣି ୩ ଡିଗ୍ରୀ ଖସିବ ପାରଦ। ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଝାରସୁଗୁଗୁଡ଼ା, କା କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହ‌ରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

1/13

Odisha Weather Update: ଭୁବନେଶ୍ଵର: ରାଜ୍ୟରେ ଏବେ ପାରଦ ତଳମୁହାଁ। ପୁଣି ୩ ଡିଗ୍ରୀ ଖସିବ ପାରଦ। ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଝାରସୁଗୁଗୁଡ଼ା, କା କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହ‌ରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

2/13

ମଙ୍ଗଳବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି। 

3/13

4/13

ଫୁଲବାଣୀରେ ୧୧, ଝାରସୁଗୁଡ଼ାରେ ୧୧.୧, ଭଦ୍ରକରେ ୧୧.४. ୪, ରାଉରକେଲାରେ ୧୨.୯, କୋରାପୁଟରେ ୧୩, ସୁନ୍ଦରଗଡ଼ରେ ୧୩.୨, କେନ୍ଦୁଝରରେ ୧୩.୪, ଢେଙ୍କାନାଳ ଓ ଅନୁଗୁଳରେ ୧୩.୬, ଭବାନୀପାଟଣାରେ ୧୪.୮ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ ହୋଇଛି।

5/13

ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। 

6/13

କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

7/13

ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ। 

8/13

ଝାରସୁଗୁଡ଼ା, ଅନୁଗୁଳ ଓ ରାଉରକେଲାରେ ୧୧ ଡିଗ୍ରୀ ରହିପାରେ। 

9/13

ଶୁକ୍ରବାର ରାତିରେ ଫୁଲବାଣୀରେ ୧୦ ଡିଗ୍ରୀ ଓ ଶନିବାର ରାତିରେ ଫୁଲବାଣୀରେ ୯ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

10/13

ରବିବାର ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୬.୩ ଡିଗ୍ରୀ କମି ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା । 

11/13

ସୋମବାର ଏହା ପୁଣି କମି ୧୧.୧ ଡିଗ୍ରୀ ରେକର୍ଡ ହୋଇଛି।

12/13

ଗତ ୫ ଦିନରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ଖସିଲାଣି। 

13/13

ସମ୍ବଲପୁର ଓ ହୀରାକୁଦରେ ୧୫.୬, ଭୁବନେଶ୍ୱରରେ ୧୬.୨, ବାଲେଶ୍ଵରରେ ୧୭.୮, ପାରାଦୀପରେ ୧୮.୭, ଗୋପାଳପୁରରେ ୧୮.୮, ଚାନ୍ଦବାଲିରେ ୧୯.୨ ଓ ପୁରୀରେ ୨୦.୫ ଡିଗ୍ରୀ ରେକର୍ଡ ହୋଇଛି।