Odisha Weather Update: ଭୁବନେଶ୍ୱର: ରାଜ୍ୟରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି। ପାଗ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରି କହିଛି ଯେ ନଭେମ୍ବର ୧୪ ରୁ ୨୦ ତାରିଖ ମଧ୍ୟରେ ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ।
Odisha Weather Update: ଭୁବନେଶ୍ୱର: ରାଜ୍ୟରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି। ପାଗ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରି କହିଛି ଯେ ନଭେମ୍ବର ୧୪ ରୁ ୨୦ ତାରିଖ ମଧ୍ୟରେ ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ।
1/17Odisha Weather Update: ଭୁବନେଶ୍ୱର: ରାଜ୍ୟରେ ଶୀତ ଅନୁଭୂତ ହେବାକୁ ଲାଗିଲାଣି। ପାଗ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରି କହିଛି ଯେ ନଭେମ୍ବର ୧୪ ରୁ ୨୦ ତାରିଖ ମଧ୍ୟରେ ରାଜ୍ୟ ସାରା ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ। ସୋମବାର ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀକୁ ଖସିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।
2/17ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା ।
3/17ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି ।
4/17ରାଉରକେଲାରେ ୧୬.୧ରୁ ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪ ଡିଗ୍ରୀକୁ ଖସିଛି ।
5/17ରାଜ୍ୟର ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି ।
6/17ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ ହୋଇଛି ।
7/17ଝାରସୁଗୁଡ଼ାରେ ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ଅନୁଗୁଳ ଓ କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭ ଡିଗ୍ରୀ ରେକର୍ଡ ହୋଇଛି ।
8/17ଖାଲି ଏହି ୯ଟି ସହର ନୁହେଁ, ଆହୁରି ଅନେକ ସହରର ତାପମାତ୍ରା ଖସିଛି ।
9/17ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା । ଏହା ସହର ପାଇଁ ଚଳିତବର୍ଷର ସବୁଠୁ କମ୍ ତାପମାତ୍ରା ।
10/17ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭, ସୋନପୁରରେ ୧୬.୫, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୭, ହୀରାକୁଦରେ ୧୭.୨ ନବରଙ୍ଗପୁରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି ।
11/17ଆଗକୁ ରାତି ତାପମାତ୍ରା ଆହୁରି ଖସିବ ।
12/17ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳକୁ ଖସିଛି ।
13/17ରବିବାର ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ।
14/17ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଛି ।
15/17ଏହା ପ୍ରଭାବରେ ରବିବାର ରାତିରୁ ରାଜ୍ୟର କିଛି ଅଞ୍ଚଳରେ ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ।
16/17ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହୋଇପାରେ ।
17/17ଆସନ୍ତା ୨ରୁ ୩ ଦିନରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।