Advertisement
Photo Details/zeeodisha/odisha2997017
Zee OdishaPhotosOdisha Weather Report: ଆସନ୍ତା ଦୁଇ ଦିନ ବଢିବ ଶୀତ ଲହରି, ୬ ଜିଲ୍ଲାକୁ ଆଲର୍ଟ ଜାରି
photoDetails0hindi

Odisha Weather Report: ଆସନ୍ତା ଦୁଇ ଦିନ ବଢିବ ଶୀତ ଲହରି, ୬ ଜିଲ୍ଲାକୁ ଆଲର୍ଟ ଜାରି

Odisha Weather Report: ଭୁବନେଶ୍ୱର: ବର୍ଷା ପରେ ଏବେ ଜାଡ଼ ମାଡରେ କଲବଲ ହେଉଛି ଓଡ଼ିଶା। ଆଗାମୀ ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫ ସହରରେ ଶୀତର ମାତ୍ରା ଆହୁରି ବୃଦ୍ଧି ପାଇବ। 

1/15

Odisha Weather Report: ଭୁବନେଶ୍ୱର: ବର୍ଷା ପରେ ଏବେ ଜାଡ଼ ମାଡରେ କଲବଲ ହେଉଛି ଓଡ଼ିଶା। ଆଗାମୀ ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫ ସହରରେ ଶୀତର ମାତ୍ରା ଆହୁରି ବୃଦ୍ଧି ପାଇବ। କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କିଛି  ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

2/15

ଚଳିତ ବର୍ଷ ପ୍ରଥମଥର ପାଇଁ  ପାରଦ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଜି ଉଦୟଗିରିରେ ରାତି ତାପମାତ୍ରା  ସବୁଠୁ କମ୍‌ ବା ୮.୪ ଡିଗ୍ରୀ ରହିଥିଲା ।  ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରେକର୍ଡ  ହୋଇଛି। 

3/15

ଶନିବାର ରାତିରେ ଏଠାରେ  ପାରଦ ୧୧ ଡିଗ୍ରୀ ଥିଲା। ଦିନକରେ ୧  ଡିଗ୍ରୀ ଖସିଛି । 

4/15

ଫୁଲବାଣୀରେ ପୂର୍ବରୁ  ୧୨ ଡିଗ୍ରୀ ଥିବାବେଳେ ଏହା ୧୧ ଡିଗ୍ରୀକୁ  ଖସିଛି । ରାଉରକେଲାରେ ୧୩.୨ ଡିଗ୍ରୀ  ଥିବାବେଳେ ଏହା ୧୨.୫ ଡିଗ୍ରୀକୁ  ଖସିଯାଇଛି । 

5/15

କେନ୍ଦୁଝରରେ ୧୪.୬  ଡିଗ୍ରୀରୁ ୧୩.୮ ଡିଗ୍ରୀକୁ ଖସିଛି । କନ୍ଧମାଳରେ ଶୀତ ଲହରୀ ଜାରି  ରହିଛି । 

6/15

7/15

ପୂରା ଜିଲ୍ଲା ଶୀତରେ ଥରୁଛି ।  ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ  ପାରଦ ୩ ଡିଗ୍ରୀ ତଳକୁ ଖସି ୮.୪  ଡିଗ୍ରୀରେ ପହଞ୍ଚିଛି । 

8/15

ରବିବାର ରାତିରେ ୧୬ ସହରର  ତାପମାତ୍ରା ୧୫ ଡିଗ୍ରୀ ତଳକୁ  ଖସିଥିଲା । 

9/15

ଝାରସୁଗୁଡ଼ାରେ ୧୧.୬,  କିରେଇରେ ୧୨.୨, ସେମିଳିଗୁଡ଼ା,  ରାଉରକେଲା ଓ ଅନୁଗୁଳରେ ୧୨.୬,  ଢେଙ୍କାନାଳରେ ୧୩.୫, ଭବାନୀପାଟଣା  ଓ ସୁନ୍ଦରଗଡ଼ରେ ୧୪ ଡିଗ୍ରୀ,  କୋରାପୁଟରେ ୧୪.୨, ବଲାଙ୍ଗୀରରେ  ୧୪.୫, ଭୁବନେଶ୍ୱରରେ ୧୪.୮ ଓ  ସୋନପୁରରେ ରାତି ତାପମାତ୍ରା ୧୪.୯  ଡିଗ୍ରୀକୁ ଖସିଥିଲା । 

 

10/15

ଭୁବନେଶ୍ୱରରେ  ଦିନକରେ ରାତି ତାପମାତ୍ରା ପ୍ରାୟ  ୩ ଡିଗ୍ରୀ ଖସିଛି । 

11/15

ଭୁବନେଶ୍ୱରରେ  ସ୍ୱାଭାବିକଠାରୁ ୫.୮ ଡିଗ୍ରୀ କମ୍‌  ତାପମାତ୍ରା ଅନୁଭୂତ ହୋଇଛି ।  

12/15

ଝାରସୁଗୁଡ଼ାରେ ରାତି ତାପମାତ୍ରା  ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମିଛି ।  କଟକରେ ୩.୬ ଡିଗ୍ରୀ, ଫୁଲବାଣୀ ଓ  ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୩.୧  ଡିଗ୍ରୀ କମ୍‌ ରହିଛି । 

13/15

ଆଗକୁ ମଧ୍ୟ ପାରଦ  ତଳମୁହାଁ ହେବା ସହ ଥଣ୍ଡା ଆହୁରି  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

14/15

ଆସନ୍ତା ୨ରୁ ୩ ଦିନରେ  ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

15/15

ମଙ୍ଗଳବାର ଫୁଲବାଣୀ  ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।