Odisha Weather Report:ଭୁବନେଶ୍ୱର: ରାଜ୍ୟରୁ ମୌସୂମୀ ବିଦାୟ ନେଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁ ଅଞ୍ଚଳରେ ପାଗ ସୁଖିଲା ରହିଛି। କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Odisha Weather Report:ଭୁବନେଶ୍ୱର: ରାଜ୍ୟରୁ ମୌସୂମୀ ବିଦାୟ ନେଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁ ଅଞ୍ଚଳରେ ପାଗ ସୁଖିଲା ରହିଛି। କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
1/15Odisha Weather Report:ଭୁବନେଶ୍ୱର: ରାଜ୍ୟରୁ ମୌସୂମୀ ବିଦାୟ ନେଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁ ଅଞ୍ଚଳରେ ପାଗ ସୁଖିଲା ରହିଛି। କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ବର୍ଷା ଯିବା ପରେ ଶୀତର ଆଗମନ ହୋଇସାରିଛି। ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଶୀତର ପ୍ରଭାବ ଅନୁଭୁତ ହେଉଛି।
2/15ସେପଟେ ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
3/15ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
4/15ଏଥିସହ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
5/15ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ ।
6/15ରବିବାର ରାତିର ସବୁଠୁ କମ୍ ତାପମାତ୍ରା କୋରାପୁଟରେ ୧୫.୪ ଡିଗ୍ରୀ ରହିଥିଲା ।
7/15ସେହିପରି ଫୁଲବାଣୀରେ ୧୮ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୧୯ ଡିଗ୍ରୀ ରହିଥିଲା ।
8/15ପୁରୀରେ ରାତିର ତାପମାତ୍ରା ସର୍ବାଧିକ ୨୬.୮ ଡିଗ୍ରୀ ରହିଥିଲା ।
9/15ପାରାଦୀପରେ ୨୫.୭ ଡିଗ୍ରୀ , ଗୋପାଳପୁରରେ ୨୫.୪ ଡିଗ୍ରୀ, ଛତ୍ରପୁରରେ ୨୫.୫ ଡିଗ୍ରୀ, ଗୋପାଳପୁରରେ ୨୫.୪ ଡିଗ୍ରୀ, ବରଗଡ଼ରେ ୨୫.୨ ଓ ଟିଟିଲାଗଡ଼ରେ ୨୫ ଡିଗ୍ରୀ ତାପମାତ୍ରା ରହିଥିଲା ।
10/15ସେହିପରି ଭୁବନେଶ୍ୱରରେ ରାତିର ତାପମାତ୍ରା ୨୪ ଡିଗ୍ରୀ, କଟକରେ ୨୩ ଡିଗ୍ରୀ ରହିଥିଲା ।
11/15ସେପଟେ ଶୀତ ଆସିବା ସହିତ ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ଗତକାଲି ରାଜଧାନୀରେ AQI 400 ଉପରେ ରେକର୍ଡ କରାଯାଇଥିଲା।
12/15ଏହି ସମୟରେ, ଆଜି ସକାଳ ଠାରୁ ବାୟୁ 'ଅତ୍ୟନ୍ତ ଖରାପ' ବର୍ଗରେ ପହଞ୍ଚିଛି। କୁହୁଡ଼ିର ଘନ ଆବରଣ ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିଛି।
13/15AQI 371 ରେ ପହଞ୍ଚିଛି, ଯାହାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) 'ଅତ୍ୟନ୍ତ ଖରାପ' ବର୍ଗରେ ବର୍ଗୀକୃତ କରିଛି।
14/15ଏହି ସମୟ ମଧ୍ୟରେ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅନୁଭବ କରୁଛନ୍ତି।
15/15ଏହାକୁ ଦୃଷ୍ଟିରେ ରଖି, ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।