Odisha Weather Update: ଓଡ଼ିଶାର ବିଭିନନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଆଉ କେତେକ ସ୍ଥାନରେ କାଳବୈଶାଖୀ ଜନିଜ ବର୍ଷା କମ୍ ହୋଇଛି। ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ଆଗକୁ ପାଗ ପ୍ରାୟତଃ ଶୁଖିଲା ରହିବା ସହ ଗରମ ବଢ଼ିବାର ସମ୍ଭାବନା ରହିଛି।
ରବିବାର ୧୨ ତାରିଖରେ ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୮ ଜିଲ୍ଲା ହେଉଛି ବୌଦ୍ଧ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ପୁରୀ, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର,ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।
ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି-ଘଡ଼ଘଡ଼ି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
୧୪ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ଗୁଳୁଗୁଳି ନେଇ ସତର୍କତା ଜାରି ହୋଇଥିବା ବେଳେ ୧୪ରେ ସମ୍ବଲପୁର, ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ହିଟ୍ ଓ୍ବାଭ୍ ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
୧୪ ତାରିଖ ପରେ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି।
ट्रेन्डिंग फोटोज़