Advertisement
Photo Details/zeeodisha/odisha3032011
Zee OdishaPhotosOdisha Weather Updates: ସପ୍ତାହେ ଅସମ୍ଭାଳ ଥଣ୍ଡା, ୧୦ ଡିଗ୍ରୀ ତଳେ ୬ ସହର
photoDetails0hindi

Odisha Weather Updates: ସପ୍ତାହେ ଅସମ୍ଭାଳ ଥଣ୍ଡା, ୧୦ ଡିଗ୍ରୀ ତଳେ ୬ ସହର

Odisha Weather Updates: ଭୁବନେଶ୍ୱର: ଉତ୍ତର ଭାରତ ସମେର ତମାମ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ୬ ସହରରେ ପାରଦ ଏବେ ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଜାଡ଼ ମାଡ଼ାରେ ଛଟପଟ ହେଉଛି ଜନଜୀବନ। ଶୀତ ଲହରୀରୁ ମୁକ୍ତି ପାଇବାକୁ ନିଆଁ ଜାଳି ପୁଇଁ ହେଉଥିବା ଦେଖିବାକୁ ମିଳିଛି ଅଧିକାଂଶ ସ୍ଥାନରେ। 

1/13

Odisha Weather Updates: ଭୁବନେଶ୍ୱର: ଉତ୍ତର ଭାରତ ସମେର ତମାମ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ୬ ସହରରେ ପାରଦ ଏବେ ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଜାଡ଼ ମାଡ଼ାରେ ଛଟପଟ ହେଉଛି ଜନଜୀବନ। ଶୀତ ଲହରୀରୁ ମୁକ୍ତି ପାଇବାକୁ ନିଆଁ ଜାଳି ପୁଇଁ ହେଉଥିବା ଦେଖିବାକୁ ମିଳିଛି ଅଧିକାଂଶ ସ୍ଥାନରେ। ସେପଟେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିବ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। 

2/13

ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । କାଲୁଆ ପବନ କଲବଲ କରିବ ।

3/13

ଭୋର ସମୟରେ ଘନ କୁହୁଡ଼ିର ଆସ୍ତରଣ ବି ବାଟ ଓଗାଳିବ । ଶୀତ ଲହରିରେ ପୂରା ଓଡ଼ିଶା ଥରିବ । 

4/13

ପାଣିପାଗ ବିଭାଗ(ଆଇଏମଡି) ଏହି ଆକଳନ କରିଛି ।

5/13

ରବିବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । 

6/13

ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । 

7/13

ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ରହିଥିଲା । ଏଠାରେ ପାରଦ ୫.୬ ଡିଗ୍ରୀ ରହିଥିଲା । 

8/13

ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । 

9/13

କୋରାପୁଟ ଓ ଫୁଲବାଣୀରେ ୧୦୦ ମିଟରରୁ କମ୍ ରହିଥିଲା । 

10/13

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮ଡିଗ୍ରୀ, ରାଉରକେଲାରେ ୮.୧, ଫୁଲବାଣୀରେ ୮.୫, କେନ୍ଦୁଝରରେ ୯.୪, ଅନୁଗୁଳରେ ୯.୮, ଭବାନୀପାଟଣାରେ ୧୦.୮, ସୁନ୍ଦରଗଡ଼ରେ ୧୦.୬, ବୌଦ୍ଧ ଓ ଢେଙ୍କାନାଳରେ ୧୧.୯, କଟକ ଓ ସୋନପୁରରେ ୧୨.୪, ଭୁବନେଶ୍ୱର ଓ ନବରଙ୍ଗପୁରରେ ୧୩, ବାଲେଶ୍ୱରରେ ୧୩.୧, ଟିଟିଲାଗଡ଼ ଓ ମାଲକାନଗିରିରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।

11/13

ଅନୁଗୁଳ ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୯ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା ।

12/13

ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୩.୨ଡିଗ୍ରୀ, ବାଲେଶ୍ୱର ଓ କୋରାପୁଟରେ ୨.୬ ଡିଗ୍ରୀ, ଗୋପାଳପୁରରେ ୧.୭ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

13/13

ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଥିବା ବେଳେ କଟକରେ ୧୨.୪ ଡିଗ୍ରୀ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି।