Advertisement
Photo Details/zeeodisha/odisha3006873
Zee OdishaPhotosOdisha Weather Updates: ଦକ୍ଷିଣରେ ପ୍ରବଳ ବର୍ଷା, ଟ୍ୱିନସିଟିରେ ଖସିଲା ପାରଦ
photoDetails0hindi

Odisha Weather Updates: ଦକ୍ଷିଣରେ ପ୍ରବଳ ବର୍ଷା, ଟ୍ୱିନସିଟିରେ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ମାତ୍ରା ଥମିବ ନାହିଁ। ବରଂ ଆହୁରି ବଢିବ। ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । 

1/19

Odisha Weather Updates: ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ମାତ୍ରା ଥମିବ ନାହିଁ। ବରଂ ଆହୁରି ବଢିବ। ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ପାଖପାଖି ପହଞ୍ଚିବ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ସେପଟେ ଶୀତ ସମୟରେ ଦକ୍ଷିଣ ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

2/19

ଏବେ ପାଇଁ ଶୀତ କମିବାର ସମ୍ଭାବନା ନାହିଁ । ୪ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ତଥାପି ଥଣ୍ଡା କମିବନି ବୋଲି ପୂର୍ବାନୁମାନ କରାଯାଇଛି । 

3/19

କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୮ ଡିଗ୍ରୀ ରେକର୍ଡ ହୋଇଥିଲା । 

4/19

ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ରାତି ତାପମାତ୍ରା । ହାଡ଼ଭଙ୍ଗା ଶୀତ ଯୋଗୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ସାଙ୍ଗକୁ କାଲୁଆ ପବନରେ ଲୋକେ ନାକେଦମ୍ ହୋଇଛନ୍ତି ।

5/19

6/19

ଜି ଉଦୟଗିରି ପରେ ସେମିଳିଗୁଡ଼ାରେ ପାରଦ ସର୍ବନିମ୍ନ ସ୍ତରକୁ ଖସିଥିଲା । ଏଠାରେ ରାତି ତାପମାତ୍ରା ଥିଲା ୭.୪ ଡିଗ୍ରୀ । ୧୩ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସି ଆସିଥିଲା ।

 

7/19

ଦାରିଙ୍ଗିବାଡ଼ିରେ ୮ ଡିଗ୍ରୀ, ଫୁଲବାଣୀରେ ୯, ରାଉରକେଲାରେ ୧୦.୨, ଝାରସୁଗୁଡ଼ାରେ ୧୦.୬, ଅନୁଗୁଳରେ ୧୦.୬, କେନ୍ଦୁଝରରେ ୧୦.୮, ଚିପିଲିମାରେ ୧୧,କିରେଇରେ ୧୧.୩, ଭବାନୀପାଟଣାରେ ୧୧.୪, କୋରାପୁଟରେ ୧୧.୫ ଓ ନବରଙ୍ଗପୁରରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

8/19

ଫୁଲବାଣୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୨ ଡିଗ୍ରୀ ଖସିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୬.୫ ଡିଗ୍ରୀ ଓ କେନ୍ଦୁଝରରେ ୪.୯ ଡିଗ୍ରୀ ତାପମାତ୍ରା କମ୍ ରେକର୍ଡ ହୋଇଛି । ଗୋପାଳପୁରରେ ରାତି ତାପମାତ୍ରା ୧୫.୭ ଡିଗ୍ରୀ ଥିବାବେଳେ ଏଠାରେ ସ୍ୱାଭାବିକଠାରୁ ୪.୯ ଡିଗ୍ରୀ ଖସିଛି । 

9/19

ଟିଟିଲାଗଡ଼ରେ ୧୪.୨ ଡିଗ୍ରୀ ରହିଥିଲା ଓ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମିଥିଲା । ଚାନ୍ଦବାଲିରେ ୧୫.୮ ଡିଗ୍ରୀ ଥିବାବେଳେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଖସିଛି । ହୀରାକୁଦରେ ୧୫.୩ ଥିବାବେଳେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ ଖସିଛି ପାରଦ । ପୁରୀରେ ପାରଦ ୧୭.୮ ଡିଗ୍ରୀ ଥିଲା ଓ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ କମିଛି ।

10/19

ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଥଣ୍ଡା ଓ ଶୀତଲହରୀ ଅନୁଭୂତ ହୋଇଛି । ଚଳିତଥର ପ୍ରଥମଥର ପାଇଁ ଏହି ଦୁଇ ସହରରେ ପାରଦ ୧୩ ଡିଗ୍ରୀ ପାଖାପାଖି ଖସି ଆସିଛି । 

11/19

କଟକରେ ୧୩.୬ ଓ ଭୁବନେଶ୍ୱରରେ ୧୩ ଡିଗ୍ରୀ ରହିଥିଲା । ଗୁରୁବାର ଭୁବନେଶ୍ୱରର ରାତି ତାପମାତ୍ରା ୧୬ ଡିଗ୍ରୀ, ଶୁକ୍ରବାର ୧୪.୮ ଡିଗ୍ରୀ ଥିଲା । 

12/19

ଶନିବାର ରାତିରେ ଏହା ୧୩ ଡିଗ୍ରୀକୁ ଖସିଛି । ଦୁଇ ଦିନରେ ଭୁବନେଶ୍ୱରର ପାରଦ ୩ ଡିଗ୍ରୀ କମିଛି । 

13/19

ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୪ ଡିଗ୍ରୀ କମିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିଭଳି କଟକରେ ସ୍ୱାଭାବିକଠାରୁ ୫.୧ ଡିଗ୍ରୀ କମ୍ ରହିଥିଲା ।

14/19

ପାଣିପାଗ ବିଭାଗ ସୋମବାର ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ, କରିକାଲ, ଆନ୍ଧ୍ର ପ୍ରଦେଶ, କେରଳ ଏବଂ ମାହେର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। 

15/19

ବିଭାଗ ଆଗାମୀ ଦୁଇରୁ ତିନି ଦିନ ପାଇଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଚ୍ଛିନ୍ନ ସ୍ଥାନରେ ଝଡ଼ ଏବଂ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି। 

16/19

ପାଣିପାଗ ବିଭାଗ କହିଛି ଯେ ସୋମବାର ପର୍ଯ୍ୟନ୍ତ ଛତିଶଗଡ଼, ମଧ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ବିଦର୍ଭରେ ଶୀତଳ ଲହରୀ ଲାଗି ରହିବ।

17/19

ଏହି ସମୟରେ, ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ରହିଛି, ଆଜି ସନ୍ଧ୍ୟା ୭ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୩ ରେକର୍ଡ କରାଯାଇଛି। 

18/19

ଆନନ୍ଦ ବିହାରରେ AQI ୩୯୬, ଚାନ୍ଦନୀ ଚୌକରେ ୩୮୪, ଆର.କେ. ପୁରମରେ ୩୮୦ ଏବଂ ଆଇଜିଆଇ ବିମାନବନ୍ଦରରେ ୩୧୬ ରେକର୍ଡ କରାଯାଇଛି।

19/19

ବାୟୁ ଗୁଣବତ୍ତା ହ୍ରାସକୁ ଦୃଷ୍ଟିରେ ରଖି, ବାୟୁ ଗୁଣବତ୍ତା ପରିଚାଳନା କମିଶନ ଜାତୀୟ ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିଛି।