Advertisement
Photo Details/zeeodisha/odisha3134302
Zee OdishaPhotosOdisha Weather Updates: ରାଜ୍ୟରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷା ଆଶଙ୍କା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
photoDetails0hindi

Odisha Weather Updates: ରାଜ୍ୟରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷା ଆଶଙ୍କା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Odisha Weather Updates: ଭୁବନେଶ୍ୱର: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ରାଜ୍ୟର ୪ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମନ କରିଛି। 

1/7

Odisha Weather Updates: ଭୁବନେଶ୍ୱର: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ରାଜ୍ୟର ୪ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମନ କରିଛି। 

2/7

ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ପାଗ ମେଘୁଆ ରହିଥିଲା। 

3/7

ଏହି ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶ ଦେଇ ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଦେଇ ଗତି କରୁଛି। 

4/7

ଏହାର ପ୍ରଭାବରେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

5/7

ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯିବା ସହ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

6/7

ଅନ୍ୟପଟେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି ଓ ବୌଦ୍ଧ ଜିଲ୍ଲା‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। 

7/7

ଏସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।