Rain Alert: ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳି ଖେଳ। ତେବେ,ଏ-ହାରି ଭିତର ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।
1/5ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ।ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ବଢିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଚ ଆଲର୍ଟ ଜାରି ହୋଇଛି। ବାକି ୨୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
2/5ଆସନ୍ତାକାଲି(ଗୁରୁବାର) ପାଇଁ କେନ୍ଦୁଝର,ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
3/5ଗଞ୍ଜାମ,କୋରାପୁଟ,କନ୍ଧମାଳ,ମାଲକାନଗିରି,ରାୟଗଡା,ଗଜପତି,କଳାହାଣ୍ଡି,ନବରଙ୍ଗପୁର,ବାଲେଶ୍ୱର,ଯାଜପୁର, ଢେଙ୍କାନାଳ,ଅନୁଗୁଳ,ନୂଆପଡା,ଭଦ୍ରକ,ଦେଓଗଡ ଓ ସୁନ୍ଦରଗଡ ଏହି ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
4/5ସେହିପରି,ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।
5/5ଜୁନ୍ ୧ ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ୭୬୭.୧ ମିଲିମିଟର ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।