Advertisement
Photo Details/zeeodisha/odisha3004449
Zee OdishaPhotosOdisha Weather Report: ଆସୁଛି ଲଘୁଚାପ! ରୁହନ୍ତୁ ସତର୍କ,ଏହିସହୁ ଜିଲ୍ଲାରେ ହେବ ଭୀଷଣ ବର୍ଷା
photoDetails0hindi

Odisha Weather Report: ଆସୁଛି ଲଘୁଚାପ! ରୁହନ୍ତୁ ସତର୍କ,ଏହିସହୁ ଜିଲ୍ଲାରେ ହେବ ଭୀଷଣ ବର୍ଷା

Odisha Weather Report: ଆଗକୁ ଆହୁରି ଥରାଇବ ଶୀତ। କୁହୁଡି଼ ବି ବଢିବ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ବଡ଼ ଖବର ଦେଇଛି। ନଭେମ୍ବର ଶେଷ ସପ୍ତାହରେ ପୁଣି ଆସୁଛି ଏକ ବଡ଼ ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଭାରୀ ବର୍ଷା ହେବ। ଆସନ୍ତୁ ଜାଣିବା ....

1/10

ଜାଡରେ ଥରୁଛି ସାରା ରାଜ୍ୟ। ବିଶେଷକରି, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପାରଦ ତଳକୁ ଖସୁଛି। ରାଜ୍ୟର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରୁ କମ୍ ରହୁଛି। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/10

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ,  ସେମିଳିଗୁଡାରେ ୭.୧ ଡିଗ୍ରୀ ସେଲସିୟସ୍ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ଼ ହୋଇଛି। ଏବଂ ଦାରିଙ୍ଗିବାଡି଼ରେ  ରାତି ତାପମାତ୍ରା ୮.୨ ଡିଗ୍ରୀ ରହିଥିବା ବେଳେ  ଫୁଲବାଣୀରେ ତାପମାତ୍ରା ୮.୨ ଡିଗ୍ରୀ ରହିଛି।  

 

3/10

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଏଭଳି ତାପମାତ୍ରା ରହିବ। ୧୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। 

 

4/10

ଆଜିବି ରାଜ୍ୟରେ ପାରଦ ସ୍ତର ଏହି ଅବସ୍ଥାରେ ରହିବ। ଏବେ କିଛି ଦିନ ରାଜ୍ୟରେ ଥଣ୍ତା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶୀତ ସହ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ।

 

5/10

ବିଶେଷକରି, କଳାହାଣ୍ତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଗତ୨୪ ଘଣ୍ଟାରେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ  ଆଗକୁ ତାପମାତ୍ରା ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। 

 

6/10

ରାଜଧାନୀ ଭୁବନେଶ୍ବରରେ ତଳମୁହାଁ ହେଉଛି ପାରଦ। ଗତକାଲି ସକାଳ ୫ଟା ୩୦ ରେ  ୧୬ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଆଜି ୧୫ ଡିଗ୍ରୀ ରେକର୍ଡ ହୋଇଛି।  ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ୍ ଠାରୁ ୫ ଡିଗ୍ରୀ କମ୍ ରେକର୍ଡ ହୋଇଛି।  

 

7/10

ଅନ୍ୟପଟେ,  ନଭେମ୍ବର ମାସର ଶେଷ ସପ୍ତାହ ବେଳକୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ବିଭିନ୍ନ ମଡେଲ୍ ଆକଳନ କରିଛି।  

 

8/10

ଆଇଏମଡ଼ି ତରଫରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୧୯ ତାରିଖ ବେଳକୁ ଆଣ୍ତାମାନ୍ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ୨୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ -ବଙ୍ଗୋପସାଗରରେ  ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। 

9/10

୨୩ ଓ ୨୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ସବୁଠୁ ବଡ଼ କଥା ହେଲା ଏହାର ଗତିପଥ ଓ ସାମ୍ଭାବ୍ୟ ପ୍ରଭାବ ନେଇ ଏଯାଏଁ କିଛି ଆକଳନ ହୋଇନାହିଁ। ଆଇଏମଡି ଏହା ଉପରେ ନଜର ରଖିଛି। 

 

10/10

ଯଦି ଲଘୁଚାପ ହୁଏ ,ତେବେ ରାଜ୍ୟରେ ୭ ଜିଲ୍ଲାରେ ବିଶେଷ ଭାବରେ ବର୍ଷା ହେବ। ସେହି ଜିଲ୍ଲା ଗୁଡିକ ହେଲା, କନ୍ଧମାଳ, କଳାହାଣ୍ତି, କୋରାପୁଟ୍, ମାଲକାନଗିରି, ଗଂଜାମ୍ , ନୂଆପଡା ଓ ଗଜପତି।