Weather Forecast: ଆଜି ଠୁ କମିବ ଶୀତ ! ଉପକୂଳରେ ବଢିବ ତାତି

Published: Jan 22, 2025, 07:12 AM IST|Updated: Jan 22, 2025, 07:12 AM IST

Weather Forecast:ଭୁବନେଶ୍ୱର: ଧିରେ ଧିରେ ବିଦାୟ ନେଉଛି ଶୀତ। ଆଜି ରାତିରୁ ଆହୁରି ଅଧିକ ମାତ୍ରାରେ ଶୀତର ମାତ୍ରା ହ୍ରାସ ପାଇବ। ରାତିର ତାପମାତ୍ରା ବୃଦ୍ଧି ପାଇବ। ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ ବଢିବ। ଫଳରେ ଥଣ୍ଡା କମିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି। ଥଣ୍ଡା କମିବା ସହ ଘନ କୁହୁଡି ରହିବ। ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରାଯାଇଛି।