Heavy Rain Alert: ରାଜ୍ୟରେ ଜାରି ରହିଛି ବର୍ଷା। ତେବେ, ଆଜି ମଧ୍ୟ ଭୀଷଣ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଆସନ୍ତୁ ଜାଣିବା....
)
ରାଜ୍ୟରେ ଜାରି ରହିଛି ବର୍ଷା। ଗତକାଲି ଘଣ୍ଟାଏ ବର୍ଷାରେ ରାଜଧାନୀ ସ୍ଥିତି ବେହାଲ୍ ହୋଇଯାଇଛି। ମୁଖ୍ୟ ରାସ୍ତାରେ ପାଣି ଜମିବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା।
ALSO READ: Gold Rate: ଖୁସି ଖବର; ୭୮ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?
)
ଆଗକୁ ୫ ଦିନ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଭୁବନେଶ୍ବରକୁ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
)
ଗୋଟିଏ ପଟେ, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ବୁଧବାର ଭୁବନେଶ୍ବରକୁ ଘାଇଲା କରିଛି ଘଣ୍ଟାଏ କାଳର ଏହି ବର୍ଷା।
)
ଅନ୍ୟପଟେ, ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆଜି ଯାଏଁ ସକ୍ରିୟ ରହିବା ସହ ରାଜ୍ୟରେ ବଜ୍ରାପାତ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।
)
ବିଶେଷକରି,ଉପକୂଳ ଓ ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତିବ୍ରତା ଅଧିକ ରହିପାରେ ବୋଲି ବିଭାଗ ଆକଳନ କରିଛି। ତେବେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏଭଳି ପାଣିପାଗ ରହିବ।
)
୧୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବିଜୁଳି ଘଡ଼ଘଡି଼ ସହ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।
)
ଆଜି ବିଶେଷକରି, ୨୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ୍, ବରଗଡ, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ,ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ।
)
ଏହି-ସବୁ ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ୪୦ କିମି ବେଗରେ ପବନ ବହିନା ନେଇ ଆଲର୍ଟ ଜାରି ହୋଇଛି।
)
ସେହିପରି, ଆସନ୍ତାକାଲି,କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍ ଓ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି ହୋଇଛି।
)
ଓଡି଼ଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବା ବେଳେ ଆଗାମୀ ୫ ଦିନ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନ ଥିବା କହିଛନ୍ତି ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି।
)
ଅକ୍ଟୋବର ୧୭ ବେଳକୁ ରାଜ୍ୟରୁ ଧିରେ ଧିରେ ମୌମୁମୀ ବାୟୁ ଫେରିବା ନେଇ ପାଣ ଭଲ ରହିବ।
ट्रेन्डिंग फोटोज़