Advertisement
Photo Details/zeeodisha/odisha2956802
Zee OdishaPhotosHeavy Rain Alert: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ! ବିଜୁଳି ଘଡ଼ଘଡ଼ି ସହ ୨୧ ଜିଲ୍ଲାରେ ହେବ ଭୀଷଣ ବର୍ଷା
photoDetails0hindi

Heavy Rain Alert: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ! ବିଜୁଳି ଘଡ଼ଘଡ଼ି ସହ ୨୧ ଜିଲ୍ଲାରେ ହେବ ଭୀଷଣ ବର୍ଷା

Heavy Rain Alert: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା। ତେବେ, ଆସନ୍ତୁ ଜାଣିବା ଆଜି ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ କେଉଁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି।

1/13

ଉତ୍ତର- ଆନ୍ଧ୍ର ଉପକୂଳ  ଓ ପାଶ୍ବବର୍ତ୍ତୀ ଅଞ୍ଚଳ ସମୁଦ୍ର ପତ୍ତନ ଠାରୁ  ୯୦୦ ମିଟର ଉଚ୍ଚତାରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।  

ALSO READ: Pratiyuti Yog 2025: ୬୦୦ ବର୍ଷ ପରେ ସୃଷ୍ଟି ହେଉଛି ପ୍ରତିୟୁତି ଯୋଗ,ଏହିସବୁ ରାଶିଙ୍କୁ ମିଳିବ ବଡ଼ ଲାଭ

ALSO READ: Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ!ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/13

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଆଜି ବିଶେଷକରି, ମାଲକାନଗିରି,କୋରାପୁଟ୍, ରାୟଗଡା, ଗଜପତି, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ , ଯାଜପୁର, ଅନୁଗୁଳ, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 

3/13

ଏହିସବୁ ଜିଲ୍ଲା ଗୁଡିକରେ ଆଜି ୭ ରୁ ୧୧ ମିମି ପର୍ଯ୍ୟନ୍ତ ବର୍ଷା ହେବା ସହିତ ୩୦ ରୁ୪୦ କିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। 

 

4/13

ସେହିପରି, ଆସନ୍ତାକାଲି ରାଜ୍ୟର ୨୧ ଜିଲ୍ଲାରେ ବର୍ଷା ହେବା ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି। 

 

5/13

ସେପଟେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ  ରାତି ତାପମାତ୍ରା କମିପାରେ। 

 

6/13

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରୁ ମୌମୁମୀ ବାୟୁ  ପ୍ରତ୍ୟାବର୍ତ୍ତନ କରିପାରେ। 

 

7/13

 ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ ରୁ ୩ ଡିଗ୍ରୀ କମିବ। 

 

8/13

କନ୍ଧମାଳ, କୋରାପୁଟ୍, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରାତି ତାପମାତ୍ରା  ଅନ୍ୟ ଜିଲ୍ଲା ତୁଳନାରେ  କମ୍ ରହିପାରେ। ଏହିସବୁ ସ୍ଥାନରେ ଶିଶରପାତ ଓ କୁହୁଡି଼ ଦେଖାଦେବ।  ଏନେଇ ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।  

 

9/13

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ସାଧାରଣତଃ ସୁଖିଲା ରହିବ ବୋଲି ସେ କହିଛନ୍ତି। ୧୩ ଓ ୧୪ ତାରିଖରେ  ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। 

 

10/13

୧୭ ତାରିଖରେ  ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ସମୁଦ୍ରରେ ୫ ଦିନରୁ ଅଧିକ  ରହି ଘନୀଭୂତ ହୋଇପାରେ। 

 

11/13

ଏହା କେତେ ଘନୀଭୂତ ହେବ। ଏବଂ କେଉଁ ଆଡ଼କୁ ଗତି କରିବ ତାହା ଏବେ ଠାରୁ ଆକଳନ କରିହେବନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। 

 

12/13

ସେପଟେ,  ଅଷ୍ଟ୍ରେଲିଆର ବିଓଏମ୍ , ଆମେରିକାର ଏନଓଏଏ ତଥା ବିଭିନ୍ନ ଆନ୍ତର୍ଜାକିକ ପାଣିପାଗ ମଡେଲ୍ ତଥ୍ୟକୁ ଉଲ୍ଲେଖ କରି,ପ୍ରଫେସର୍ ପଶୁ ପାଳକ କହିଛନ୍ତି ଯେ,  ଏବେ ଲା-ନିନା ଆସିଯାଇଛି। 

 

13/13

୨୦୨୬ ଜାନୁଆରୀ ମାସ ଯାଏଁ ସ୍ବଳ୍ପ ସମୟ  ପାଇଁ ଏହା ରହିପାରେ।  ଲା-ନିନା ସମୟରେ କେତେକ ବର୍ଷ ଅତ୍ୟାଧିକ ବର୍ଷା ଓ ଶୀତ  ହୋଇଥାଏ ବୋଲି ସେ କହିଛନ୍ତି।  ସେପଟେ, ରାଜ୍ୟରେ ୧୩ ତାରିଖରୁ ଦକ୍ଷିଣ ପଶ୍ଚିମ-ମୌମୁମୀ ବାୟୁ ପରିବର୍ତ୍ତନ  ହୋଇ ଉତ୍ତର -ପୂର୍ବ ବାୟୁ ଉପକୂଳରେ ବହିବ। ଏହା ପରବର୍ତ୍ତୀ ମୌମୁମୀକୁ ସୂଚାଉଛି। ଗତ ୨୭ ତାରିଖରୁ ୯ ତାରିଖ ଯାଏଁ ମୌମୁମୀ-ବାୟୁ କୌଣସି ସ୍ଥାନରେ ପଛକୁ ହଟିନି ।