Heavy Rain Alert: ରାଜ୍ୟରେ ଏବେ ଜାରି ରହିଛି ଖରାଟିଆ ପାଗ ସାଙ୍ଗକୁ ହାଲକୁ ଶୀତ ମଧ୍ୟ ଅନୁଭବ ହେଉଛି। ହେଲେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ୨୦ ତାରିଖ ପରେ ଆଉ ଏକ ଲଘୁଚାପ ଆସୁଛି। ତେବେ, ଆସନ୍ତୁ ଜାଣିବା ଲଘୁଚାପ ପ୍ରଭାବରେ କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
)
ମୌସୁମୀ ବିଦାୟ ନେବା ପୂର୍ବରୁ ଆସୁଛି ଶକ୍ତିଶାଳୀ ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ALSO READ: Tamanna Vyas Baby:ମାଆ ହେଲେ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ୍, ଜାଣନ୍ତୁ ପୁଅ ନା ଝିଅ ?
)
ଅକ୍ଟୋବର ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
)
ଏହି ଲଘୁଚାପଟି ପଶ୍ଚିମ ଦିଗରେ ମୁହାଁଇବ। ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ଆଶଙ୍କା ରହିଥିବା ବେଳେ ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି କିଛି ମଡେଲ୍ ଆକଳନ କରିଛି।
)
ହେଲେ ଓଡି଼ଶାରେ ଏହାର ପ୍ରଭାବ ଏତେ ରହିବ ନାହିଁ।
)
ହେଲେ ଜିଏଫଏସ୍ ମଡେଲ୍ ଦର୍ଶାଇଛି ଯେ, ଏହି ଅବପାତଟି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପହଞ୍ଚିବ। ହେଲେ ଆଉ କିଛି ମଡେଲ୍ ଏପର୍ଯ୍ୟନ୍ତ ଏହି ଲଘୁଚାପ ନେଇ କୌଣସି ପୂର୍ବାନୁମାନ କରି ନାହାଁନ୍ତି।
)
ସବୁଠୁ ବଡ଼ କଥା ହେଉଛି ଯେ, ମୌସୁମୀ ବିଦାୟ ନେବା ପୂର୍ବରୁ ଶକ୍ତିଶାଳୀ ଲଘୁଚାପ ଆସୁଛି । ଫଳରେ ଚଳିତ ଥର ଶୀତ ୧୧୦ ବର୍ଷର ରେକର୍ଡ଼ ଭାଙ୍ଗିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
)
ସେପଟେ, ରାଜ୍ୟରେ ଆଗାମୀ ୨ ଦିନ ଯାଏଁ କାଁ ଭାଁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
)
ଆଜି ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
)
ସେହିପରି ୧୯ ତାରିଖରେ କେନ୍ଦ୍ରାପଡା, ଯାଜପୁର,ଭଦ୍ରକ, କଟକ, ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ୨୦ ତାରିଖରେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।
)
ସେହିପରି, ୨୧ ତାରିଖରେ ରାୟଗଡା, ଗଜପତି,କୋରାପୁଟ୍ ଓ ଗଂଜାମର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
)
ଆଜି (ଗୁରୁବାର) ରାଜଧାନୀ ଭୁବନେଶ୍ବରରେ ପାଗ ଆଂଶିକ ମେଘୁଆ ରହିବା ସହିତ ରାତିରେ କୁହୁଡି ପଡିପାରେ। ବୁଧବାର ମାଲକାନଗିରିରେ ସର୍ବାଧିକ ବର୍ଷା ୪୧ ମିମି ରେକର୍ଡ଼ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
)
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଦେଶରୁ ଫେରିବା ନେଇ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ट्रेन्डिंग फोटोज़