Low Pressure: ଓଡ଼ିଶାକୁ ପହିଲି ଶୀତର ଛୁଆଁ। ବର୍ଷା ପରେ ସମଗ୍ର ରାଜ୍ୟରେ ତାମପାତ୍ରା କମିବ। ଶୀତର ପ୍ରକୋପ ଅନୁଭୂତ ହେବ। ପାଗର ମିଜାଜ୍ ବଦଳିବା ସହ ଥଣ୍ତା ଅନୁଭବ ହେବ। ତେବେ,ଏହାରି ଭିତରେ ପାଣିପାଗ ବିଭାଗ ଏକ ବଡ଼ ଖବର ଦେଇଛି। ଆଗକୁ ପୁଣି ଆସୁଛି ଲଘୁଚାପ। ଶୀତରେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କଣ ରହିବ ଆସନ୍ତୁ ଜାଣିବା...
1/11ସପ୍ତାହକ ମଧ୍ୟରେ ବର୍ଷା ନେଇ କୌଣସି ସରର୍କତା ନଥିବା ବେଳେ ୨ ଦିନ ଭିତରେ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ।
ALSO READ: Gold Rate Today:ସୁନା ଦରରେ ରେକର୍ଡ ହ୍ରାସ, ୨୨ କ୍ୟାରେଟ୍ ରେ ଖସିଲା ଏତେ;ଓଡ଼ିଶାରେ ୧୦ ଗ୍ରାମ୍ କୁ ରହିଛି...
2/11ବିଶେଷକରି, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
3/11ଚଳିତ ବର୍ଷ ଶୀତ ବିଳମ୍ବରେ ସମଗ୍ର ରାଜ୍ୟକୁ ଆସିବ। ରାତିର ତାପମାତ୍ରା ଧିରେ ଧିରେ କମିବ। ସବୁଠି ୨ ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବ। ରାଜ୍ୟକୁ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପଶିବା କାରଣରୁ ଦିନର ତାପମାତ୍ରା ଅପେକ୍ଷା ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ।
4/11ପ୍ରଭାବରେ ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୨ ରୁ ୩ ଡିଗ୍ରୀ ତଳକୁ ଖସିବ। ଫଳରେ ଥଣ୍ତା ଅନୁଭବ ହେବ।
5/11ଏଥର ବିଳମ୍ବରେ ଶୀତ ଆସିଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼ି, ଗଜପତି ଜିଲ୍ଲାରେ ତାପମାତ୍ରା ଖସି ୧୫ ରୁ ୧୭ ଡିଗ୍ରୀ ଭିତରେ ରହିବ।
6/11ସେହିପରି, ରାଉରକେଲା, ଝାରସୁଗୁଡା ଅଞ୍ଚଳରେ ବି ପାଗରେ ପରିବର୍ତ୍ତନ ହେବ। ଦେବଗଡ, ଝାରସୁଗୁଡାରେ ମଧ୍ୟ ଥଣ୍ତା ଅନୁଭୁତ ହେବ।
7/11ତେବେ, ଶୀତର ଅବଧି କମ୍ ରହିବ। ଏବଂ ମଝିରେ ମଝିରେ କମ୍ ଶୀତ ହେବ।
8/11ମିଆଁମାର,ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।
9/11ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଗତି କରିବ।
10/11ଓଡ଼ିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ହେଲେ, ଉପକୂଳର କିଛି କିଛି ଜିଲ୍ଲାରେ ବର୍ଷା ହେବ।
11/11୭ ତାରିଖ ଯାଏଁ ପାଗ ସାଧାରଣତଃ ଶୁଖିଲା ରହିବ। ପରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।