Advertisement
Photo Details/zeeodisha/odisha2951142
Zee OdishaPhotosHeavy Rain Alert: ଆସୁଛି ଲଘୁଚାପ! ରୁହନ୍ତୁ ସତର୍କ,ଭୀଷଣ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
photoDetails0hindi

Heavy Rain Alert: ଆସୁଛି ଲଘୁଚାପ! ରୁହନ୍ତୁ ସତର୍କ,ଭୀଷଣ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Heavy Rain Alert: ଦେଶ ସମେତ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ ଆଜି ପ୍ରବଳ ବର୍ଷା ନେଇ କେଉଁସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି।....

1/12

ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଜି ବିଜୁଳି ଘଡ଼ଘଡ଼ି ସହ  ବର୍ଷା ହୋଇପାରେ। 

ALSO READ: Weekly Special Horoscope: ମେଷ-କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ବଢିପାରେ ସମସ୍ୟା! ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

2/12

ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର,ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

 

3/12

ସେହିପରି, ୮,୯ ଓ ୧୦ ତାରିଖରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

 

4/12

ସୋମବାର ପାରାଦ୍ବୀପରେ ୭୦ ମିମି ବର୍ଷା ରେକର୍ଡ଼ ହୋଇଛି। 

 

5/12

ସେପଟେ, ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରିଛନ୍ତି ଯେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। 

 

6/12

ଯାହାର ପ୍ରଭାରେ ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। 

 

7/12

ସେହିପରି, ଅକ୍ଟୋବର ୯ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 

 

8/12

ବିଶେଷ କରି, ଏକ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ପାଗ ସାଧାରଣତଃ ମେଘୁଆ ରହିବା ସହିତ ହାଲୁକା ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ। 

 

9/12

ଅନ୍ୟପଟେ, ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ମଧ୍ୟ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। 

 

10/12

ଫଳରେ ଦିନ ଓ ରାତି ତାପମାତ୍ରା ହ୍ରାସ ହୋଇଛି। ଫଳରେ ଲୋକମାନେ ଥଣ୍ତା ଅନୁଭବ କରୁଛନ୍ତି।

 

11/12

ତେବେ, ଆଜି ମଧ୍ୟ ନୂଆଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ। ଏବଂ ଏଧିକାଂଶ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

 

12/12

ସେହିପରି ବିଜୁଳି ଘଡ଼ଘଡି଼ ସହ ଘଣ୍ଟାପ୍ରତି ୩୦ ରୁ ୫୦ କିମି ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।