Odisha Weather Report: ରାଜ୍ୟରେ ଜାରି ରହିଛି କାଳବୈଶାଖି ଜନିତ ବର୍ଷା। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।
କାଳବୈଶାଖି ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ। ଆଜି ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ଆଉ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବ।
ALSO READ: Today Horoscope: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ତେବେ, ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡି଼ଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁବ। ବଲାଙ୍ଗୀରରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବ। ବୌଦ୍ଧ, ବରଗଡ ଓ ଟିଟିଲାଗଡରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତାକାଲି ସମ୍ବଲପୁର ଓ ବଲାଙ୍ଗୀରର ଅଧିକାଂଶ ସ୍ଥାନରେ ତାତି ୩୮ ରୁ ୪୦ ଡିଗ୍ରୀ ରହିପାରେ।
ମଙ୍ଗଳବାର ସମ୍ବଲପୁରରେ ତାତି ୪୧.୬ ଡିଗ୍ରୀ ରହିଥିଲା। ଟିଟିଲାଗଡ଼ ଓ ଅନୁଗୁଳରେ ତାତି ୪୦ ଡିଗ୍ରୀ ଉପରେ ରହିବ।
୨୨ ତାରିଖ ପାଇଁ ବିଜୁଳି ଘଡ଼ଘଡି ନେଇ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ,ବରଗଡ, ଝାରସୁଗୁଡା,କନ୍ଧମାଳ, କଳାହାଣ୍ତି, ରାୟଗଡା,କୋରାପୁଟ୍ ମାଲକାନଗିରି ଓ ଗଂଜାମକୁ ୟେଲୋ ଆଲର୍ଟ ଜାରି କରାଯାଛି।
ସେହିପରି, ୨୩ ତାରିଖ ପାଇଁ ରାୟଗଡା, କୋରାପୁଟ୍, ମାଲକାନଗିରି, ଗଜପତି, ଗଂଜାମ,କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ, ଆଗାମୀ ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ କେରଳ ଛୁଇଁବ। କେରଳ ଛୁଇଁବାର ୨ ରୁ ୩ ଦିନ ମଧ୍ୟରେ ଅଧିକ ଅଞ୍ଚଳକୁ ଅଗ୍ରସର ହେବ। ଓଡି଼ଶାରେ ଚଳିତ ଥର ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି।
ସମୟ ପୂର୍ବରୁ ଓଡ଼ିଶାକୁ ଆସିବ ମୌମୁମୀ। ଜୁନ୍ ଦ୍ବିତୀୟ ସପ୍ତାହ ବେଳକୁ ମୌମୁମୀ ବାୟୁ ଓଡ଼ିଶା ଛୁଇଁବ। ଏହା ଛଡା ଏକାସାଙ୍ଗରେ ୨ଟି ଲଘୁଚାପ ଆସୁଛି। ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି।
ट्रेन्डिंग फोटोज़