Low Pressure: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।
Low Pressure: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।
1/5ଏ ନେଇ ମେ ୧୧ ତାରିଖ ତଥା ଆଜି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୩ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।
ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୩ ଜିଲ୍ଲା ହେଉଛି କେନ୍ଦୁଝର, ଢେଙ୍କାନାଳ, ଗଜପତି।
ସେହିପରି ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୬ ଜିଲ୍ଲା କୋରାପୁଟ, ଗଞ୍ଜାମ, ରାୟଗଡ଼ା,ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ।
ଏହି ସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ବେଗରେ ପବନ ବୋହିବା ସହ ବିଜୁଳି ଘଡ଼ଘଡ଼ି, ବର୍ଷା ଓ କିଛି କିଛି ସ୍ଥାନରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି।
କିଛି ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଉତ୍ତର ଉପକୂଳ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇଛି।