Weather Update: ବଦଳୁଛି ରାଜ୍ୟରେ ପାଗର ମିଜାଜ୍। ଗତ କିଛି ଦିନ ହେବ ରାଜ୍ୟରେ ମୁଣ୍ତଫଟା ଖରା ହେଉଥିବା ବେଳେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।
)
ଆଜିଠାରୁ ରାଜ୍ୟରେ ୨୨ ତାରିଖ ଯାଏଁ କାଳବୈଶାଖି ବର୍ଷା ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି।
ALSO READ: Today Horoscope: ଆଜି କର୍କଟ-ଧନୁ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ALSO READ: Guru Gochar 2025: ବୃହସ୍ପତିଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବା ସହ...
)
ଏହାସହ ପବନ ନେଇ ମଧ୍ୟ ସତର୍କତା ଜାରି ହୋଇଛି। ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ହେବା ସହ କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
)
ଆଜି ବିଶେଷକରି, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହୋଇପାରେ। ସେହିପରି, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝରରେ ଘଡଘଡି ସହ କାଳ ବୈଶାଖି ବର୍ଷା ହେବ। ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା , କଟକ ଓ ଜଗତସିଂହପୁରରେ କାଳବୈଶାଖି ବର୍ଷା ହେବ।
)
୨୦ ତାରିଖ ସକାଳ ପରଠୁ ୨୧ ତାରିଖ ପୂର୍ବାହ୍ନ ଯାଏଁ ମୟୂରଭଂଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି଼ ସହ ଝଡବର୍ଷାର ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
)
୨୧ ତାରିଖ ପୂର୍ବାହ୍ନରୁ ୨୨ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଝଡବର୍ଷା ହେବ।
)
ସେପଟେ, ଗତକାଲି ବୌଦ୍ଧ ବ୍ୟତିତ ରାଜ୍ୟରେ ଅନ୍ୟ ସମସ୍ତ ସହରର ସର୍ବୋର୍ଚ୍ଚ ତାପମାତ୍ରା ହ୍ରାସ ପାଇଛି। ବୌଦ୍ଧ ମଙ୍ଗଳବାର ମଧ୍ୟ ଦେଶର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି।
ट्रेन्डिंग फोटोज़