Weather Update: ବଦଳୁଛି ରାଜ୍ୟରେ ପାଗର ମିଜାଜ୍। ଗତ କିଛି ଦିନ ହେବ ରାଜ୍ୟରେ ମୁଣ୍ତଫଟା ଖରା ହେଉଥିବା ବେଳେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।
ଆଜିଠାରୁ ରାଜ୍ୟରେ ୨୨ ତାରିଖ ଯାଏଁ କାଳବୈଶାଖି ବର୍ଷା ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି।
ALSO READ: Today Horoscope: ଆଜି କର୍କଟ-ଧନୁ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ALSO READ: Guru Gochar 2025: ବୃହସ୍ପତିଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବା ସହ...
ଏହାସହ ପବନ ନେଇ ମଧ୍ୟ ସତର୍କତା ଜାରି ହୋଇଛି। ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ହେବା ସହ କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ବିଶେଷକରି, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହୋଇପାରେ। ସେହିପରି, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝରରେ ଘଡଘଡି ସହ କାଳ ବୈଶାଖି ବର୍ଷା ହେବ। ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା , କଟକ ଓ ଜଗତସିଂହପୁରରେ କାଳବୈଶାଖି ବର୍ଷା ହେବ।
୨୦ ତାରିଖ ସକାଳ ପରଠୁ ୨୧ ତାରିଖ ପୂର୍ବାହ୍ନ ଯାଏଁ ମୟୂରଭଂଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି଼ ସହ ଝଡବର୍ଷାର ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
୨୧ ତାରିଖ ପୂର୍ବାହ୍ନରୁ ୨୨ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଝଡବର୍ଷା ହେବ।
ସେପଟେ, ଗତକାଲି ବୌଦ୍ଧ ବ୍ୟତିତ ରାଜ୍ୟରେ ଅନ୍ୟ ସମସ୍ତ ସହରର ସର୍ବୋର୍ଚ୍ଚ ତାପମାତ୍ରା ହ୍ରାସ ପାଇଛି। ବୌଦ୍ଧ ମଙ୍ଗଳବାର ମଧ୍ୟ ଦେଶର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି।
ट्रेन्डिंग फोटोज़