Rain Alert: ବାତ୍ୟା ମନ୍ଥା ପରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି।ତେବେ, ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯିବା ସହ ୪୦ କିମି ବେଗରେ ପବନ ବହିବ ବୋଲି ସତର୍କତା ଜାରି କରିଛି ପାଣିପାଗ ବିଭାଗ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବ....
1/10ନଭେମ୍ବରରେ ଶୀତ ଏତେ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ୧୨ ଘଣ୍ଟାରେ ବାତ୍ୟା 'ମନ୍ଥା' ଲଘୁଚାପର ରୂପ ନେବ। ପ୍ରଭାବରେ ଆଉ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ସକର୍କତା ଜାରି ହୋଇଛି।
2/10ଆଜି ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ।
3/10ସେହି ଜିଲ୍ଲା ଗୁଡିକ ହେଲା,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର ଓ ମୟୂରଭଂଜ।
4/10ଏହାସହ ଭୁବନେଶ୍ବରରେ ମଧ୍ୟ ବର୍ଷା ନେଇ ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ନୟାଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୨ ମିମି ରେକର୍ଡ କରାଯାଇଛି।
5/10ଗତକାଲି,୧୧ ଜିଲ୍ଲାରେ ଅତି-ପ୍ରବଳ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ପ୍ରବଳ,୩ ଜିଲ୍ଲାରେ ଅସ୍ବାବିକ ବର୍ଷା ଓ ୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ମୋଟରୁ ବର୍ଷା ହୋଇନାହିଁ।
6/10ଓଡି଼ଶାରେ ବର୍ଷା ଓ ବନ୍ୟାର କ୍ଷୟକ୍ଷତି ପରେ ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି।
7/10ଏହା ଓଡ଼ିଶାରେ ଆଉ କିଛି ଦିନ ହାଲୁକା ବର୍ଷା ହେବା ସହ ପରେ ଶୀତ ଲହରୀ ଆରମ୍ଭ ହେବ ବୋଲି ଆଶା କରାଯାଇଛି।
8/10ଭୁବନେଶ୍ବର ପାଣିପାଗ ଅଧିକାରୀ ଏହାକୁ ନିଶ୍ଚିତ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
9/10ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଯାହା ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାକୁ ପ୍ରଭାବିତ କରିବ।
10/10ଏହା ପରେ ନଭେମ୍ବର ମଧ୍ୟ ଭାଗରେ ଶୀତ ଆରମ୍ଭ ହେବ। ରବିବାର ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇ ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ।