Weather Update: ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା। ମାର୍ଚ୍ଚ ମାସ ଯେତିକି ବଢୁଛି ତାତି ସେତିକି ଅସମ୍ଭାଳ ହେଉଛି। ଦିନ ବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି।
)
ଗତକାଲି ଝାରସୁଗୁଡାରେ ତାତି ୩୯ ଡିଗ୍ରୀ ଛୁଇଁଛି। ଏହା ସବୁଠାରୁ ତତଲା ସହର ପାଲଟିଛି। ଆଗକୁ ୨ ଦିନ ତାତି ଏପରି ବଢିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
ALSO READ: Today Horoscope: ଏହିସବୁ ରାଶିଙ୍କ ଉପରେ ଧନ ଢାଳିବେ ମାଆ ଲକ୍ଷ୍ମୀ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #4thMarch, 2025https://t.co/Q0OLrkGCl6
— Meteorological Centre, Bhubaneswar (@mcbbsr) March 4, 2025
)
ସେ କହିଛନ୍ତି ଯେ, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ। ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ।
)
ଆଜି ଓ ଆସନ୍ତାକାଲି ଅନେକ ସ୍ଥାନରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ବଢିବ। ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଅଧିକ ରହିବ। ଆସନ୍ତା ୨ ଦିନ ଆସ୍କା, ହିଞ୍ଚିଳିକାଟୁ, ଭଞ୍ଜନଗର, ସୋରଡା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ।
)
ଭୁବନେଶ୍ବର,କଟକ ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ରେକର୍ଡ଼ କରିଛି ତାତି। ୯ଟି ସହରର ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।
)
ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ତାତି ୩୭.୭ ଡିଗ୍ରୀ ଛୁଇଁଥିଲା। ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫ ଓ ଚାନ୍ଦବାଲିରେ ୩୪, ପରେ ଝାରସୁଗୁଡାରେ ତାତି ବଢି ୩୯ ଡିଗ୍ରୀରେ ପହଞ୍ଚି ଯାଇଥିଲା। ଭୁବନେଶ୍ବରରେ ତାତି ୩୬.୪ ଡିଗ୍ରୀ ଥିବା ବେଳେ କଟକରେ ୩୪.୬ ଡିଗ୍ରୀ ରହିଥିଲା।
ट्रेन्डिंग फोटोज़