Weather Update: ତାତିରେ ଲାଗିଛି ବ୍ରେକ୍। ଗତ ତିନି ଦିନ ହେଲା ରାଜ୍ୟରେ ଜାରି ରହିଛି କାଳବୈଶାଖି। ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି।
)
ଆଜି ମଧ୍ୟ କାଳବୈଶାଖି ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ବାଲେଶ୍ବର, ମୟୂଭଂଜ ଓ ଭଦ୍ରକ।
ALSO READ: Today Horoscope: ଆଜି ମେଷ-ବିଛା ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
)
ଆଉ ୧୨ ଜିଲ୍ଲାରେ ବର୍ଷା ୫୦ ରୁ ୬୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡଘଡ଼ି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିବା ସହ ଆରେଞ୍ଜ ଆଲର୍ଟ ଜାରି କରିଛି।
)
କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ,କେନ୍ଦୁଝର, ମୟୂରଭଂଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ,ଦେବଗଡରେ ବର୍ଷା ସହିତ ବିଜୁଳି ଘଡଘଡି଼ ହେବ।
)
ଏଥିସହ ୧୨ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି ହୋଇଛି।
)
ସେହିଭଳି ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହିତ ବର୍ଷା ଓ ଘଡ଼ଘଡ଼ି ହୋଇପାରେ।
)
ସେହିପରି, ଆସନ୍ତାକାଲି, ମୟୂରଭଂଜ, କେନ୍ଦୁଝର, କଳାହାଣ୍ତି, କନ୍ଧମାଳ,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି , ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରେ ବର୍ଷା ଓ ଘଡଘଡି଼ ହୋଇପାରେ।
)
ସେହିପରି ୨୪ ତାରିଖରେ ପୁରୀ, ଖୋର୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ରହିଛି। ଗତକାଲି କାଳବୈଶାଖି ପ୍ରଭାବରେ ମୟୂରଭଂଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ट्रेन्डिंग फोटोज़