Weather Update: ରାଜ୍ୟରେ ଆସନ୍ତା ଦୁଇ ଦିନ କାଳବୈଶାଖି ଲାଗି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାରେ କାଳବୈଶାଖିର ସମ୍ଭାବନା ରହିଛି।
)
ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା , ପବନ ହେବାର ସମ୍ଭାବନା ରହିଛି। ଆଜିଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ କମିବ।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
)
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଅପରାହ୍ନରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଂଜରେ କାଳବୈଶାଖି ହେବାର ସମ୍ଭାବନା ରହିଛି।
)
ଏହିସବୁ ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରାଯାଇଛି।
)
ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ,ନବରଙ୍ଗପୁର,ରାୟଗଡା, କୋରାପୁଟ୍ , ମାଲକାନଗିରିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
)
ଆସନ୍ତା ୨୩ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାକୁ କାଳବୌଶାଖି ସତର୍କତା ଜାରି କରାଯାଇଛି।
)
ସେହିପରି ୨୪ ତାରିଖରେ କାଳବୈଶାଖି ହେବାର ସମ୍ଭାବନା ରହିଛି। ପ୍ରବଳ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
)
ଏହି ସମୟରେ ପବନର ବେଗ ୫୦ ରୁ ୬୦ କିମି ବେଗରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
)
ପବନ ପାଇଁ କଚ୍ଚା ଘର ଭାଙ୍ଗିବ, ଗଛ ଉପୁଡିବା ଆଶଙ୍କା ରହିଛି। ତେଣୁ କାଳବୈଶାଖି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
)
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ କାଳବୈଖାଖିର ସମ୍ଭାବନା ଥିବାରୁ ତାତି କମ୍ ରହିବ।
)
ଗତକାଲି ଟିଟିଲାଗଡ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।
ट्रेन्डिंग फोटोज़