Advertisement
Photo Details/zeeodisha/odisha2765714
photoDetails0hindi

Weather Update: ମେ'ଶେଷ ସପ୍ତାହରେ ଆସୁଛି ଦୁଇଟି ବଡ଼ ଲଘୁଚାପ! ୨୧ ରୁ ଆରମ୍ଭ ହେବ ବର୍ଷା

Weather Update: ଏକାସାଙ୍ଗରେ ଦୁଇଟି ଲଘୁଚାପ। ମେ'ଶେଷ ସପ୍ତାହରେ  ବଙ୍ଗୋପସାଗର ଏବଂ ଆରବ ସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ତାରିଖ ବେଳକୁ  ଆରବ ସାଗରର କର୍ଣ୍ଣାଟକ  ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨  ତାରିଖ ବେଳକୁ  ଏହା ଲଘୁଚାପ ରୂପ ନେଇପାରେ। 

1/6

ଏହି ଲଘୁଚାପଟି ଅଧିକ ଘନୀଭୂତ ହୋଇ ଉତ୍ତର ଦିଗକୁ ଗତି କରିପାରେ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ପୂର୍ବାନୁମାନ କରିଛି। 

ALSO READ: Odisha Weather Report: କାଳବୈଶାଖି ବର୍ଷା ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ,୬୦ କିମି ବେଗର ବହିବ ପବନ

ALSO READ: Plus Two Result 2025: ଏହିଦିନ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ, ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

2/6

ସେହିପରି, ୨୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ  ଅଞ୍ଚଳରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  

 

3/6

ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବେ।  ବିଶେଷକରି, ଏହି ୨ଟି ଯାକ ନିୟାମକକୁ ନେଇ ଓଡି଼ଶାରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି ହୋଇଛି।

 

4/6

୫ ରୁ ୭ ଦିନ ଭିତରେ  କାଳବୈଶାଖି ବର୍ଷା ଲାଗି ରହିବ।  ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

 

5/6

କିଛି ଦିନ ପାଇଁ ହିଟ୍ ଓ୍ବେଭ୍ ଜାରି କରାଯାଇଛି। ୨୧ ରୁ ୨୫ ତାରିଖ ଯାଏଁ  ଲଘୁଚାପ ପ୍ରଭାବରେ  ଓଡି଼ଶାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଉଭୟ ଦକ୍ଷିଣ   ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ହେବ। 

 

6/6

ଏନେଇ ମୟୂରଭଂଜ,କେନ୍ଦୁଝର ଓ କଳାହାଣ୍ତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି, ଆଭ୍ୟନ୍ତରୀଣରେ ବିଜୁଳି ଘଡ଼ଘ଼ଡି ସାଙ୍ଗକୁ  ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ହେବ। 

 

;