)
Heavy Rain Alert: ଦେଶବ୍ୟାପୀ ମୌସୁମୀ ବର୍ଷା ସକ୍ରିୟ ରହିଥିବାବେଳେ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରି ଛତିଶଗଡ଼ ଦିଗକୁ ଗତି କରିବାର ସମ୍ଭାବନା ରହିଛି।
IMD ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ୧୭ଟି ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ଓ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଛତିଶଗଡ଼ ଓ ମଧ୍ୟ ମହାରାଷ୍ଟ୍ରରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଓଡ଼ିଶା, କୋଙ୍କଣ-ଗୋଆ, ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୭୦ରୁ ୮୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିପାରେ।
Warning for the State.
Day-1 : Heavy to Very Heavy Rainfall and Heavy Rainfall Warning.
Day-2 : Isolated Heavy Rainfall Warning.
Day-3 to Day-7 : No Warning pic.twitter.com/BmwfyiFfd4— Meteorological Centre, Bhubaneswar (@mcbbsr) July 6, 2026
ପାହାଡ଼ିଆ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବାବେଳେ ମୈଦାନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ। ଆଜି ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ ରହିଛି।
The depression over south Jharkhand and adjoining north interior Odisha moved west-northwestwards with a speed of 15 kmph during past 6 hours, and lay centred at 0830 hrs IST of today, the 6th July 2026, over the same region near latitude 22.7°N and longitude 85.1°E, about 60 km… pic.twitter.com/RjiupVKwmY
— India Meteorological Department (@Indiametdept) July 6, 2026
ମୁମ୍ବାଇ, ପାଲଘର, ରାୟଗଡ଼ ଓ ଠାଣେ ଜିଲ୍ଲା ପାଇଁ IMD ରେଡ୍ ଆଲର୍ଟ ଜାରି କରିଛି। ଏଠାରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଉତ୍ତାଳ ରହିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ବଢ଼ିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୫ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଓ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନ ଯିବା, ନଦୀ ଓ ନାଳ ନିକଟରେ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ IMD ଅନୁରୋଧ କରିଛି।