Aajira Panipaga: ଝାରସୁଗୁଡ଼ା ଏବଂ ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ଥିଲା ୩୭ ଡିଗ୍ରୀ। ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫ ଏବଂ ସମ୍ବଲପୁର ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ୩୭.୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ଦ୍ୱିତୀୟ ଉତପ୍ତ ସହର ବୋଲି ପରିଗଣିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ସମୟରେ କଟକରେ ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।
Trending Photos
Aajira Panipaga: ରାଜ୍ୟରେ ବଢ଼ି ଚାଲିଛି ଗରମ ଗୁଳୁଗୁଳି। ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ପରେ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି।
ଆସନ୍ତା ୫ ଦିନ ମଧ୍ୟରେ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର(Sambalpur) ଓ ଝାରସୁଗୁଡ଼ା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଡେଇଁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଝାରସୁଗୁଡ଼ା ଏବଂ ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ଥିଲା ୩୭ ଡିଗ୍ରୀ। ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫ ଏବଂ ସମ୍ବଲପୁର ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ୩୭.୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ଦ୍ୱିତୀୟ ଉତପ୍ତ ସହର ବୋଲି ପରିଗଣିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ସମୟରେ କଟକରେ ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।