Advertisement
Article Detail0/zeeodisha/odisha2277032
Zee OdishaWeatherWeather Report: ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Weather Report: ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Weather Report: ସୋମବାର ନୂଆପଡ଼ାରେ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ୪୧.୬ ଡିଗ୍ରି, ଟିଟିଲାଗଡ଼ରେ ୪୧, ବଲାଙ୍ଗୀର(Balangir)ରେ ୪୦.୪, ବରଗଡ଼ରେ ୩୯.୫, ସୋନପୁରରେ ୩୯.୨, ବୌଦ୍ଧ(Boudh)ରେ ୩୯.୧, ଖୋର୍ଦ୍ଧାରେ ୩୯ ଡିଗ୍ରି ରହିଥିଲା। ପୁରୀ ଓ ପାରାଦୀପ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ତଳେ ରହିଥିବା ଦେଖିବାକୁ ମିଳିଛି।

Weather Report: ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Weather Report: କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ସ୍ଥାନରେ ଗରମ-ଗୁଳୁଗୁଳି କଲବଲ କରୁଥିବା ଦେଖିବାକୁ ମିଳିଛି। ସୋମବାର ନୂଆପଡ଼ାରେ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ୪୧.୬ ଡିଗ୍ରି, ଟିଟିଲାଗଡ଼ରେ ୪୧, ବଲାଙ୍ଗୀର(Balangir)ରେ ୪୦.୪, ବରଗଡ଼ରେ ୩୯.୫, ସୋନପୁରରେ ୩୯.୨, ବୌଦ୍ଧ(Boudh)ରେ ୩୯.୧, ଖୋର୍ଦ୍ଧାରେ ୩୯ ଡିଗ୍ରି ରହିଥିଲା। ପୁରୀ ଓ ପାରାଦୀପ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ତଳେ ରହିଥିବା ଦେଖିବାକୁ ମିଳିଛି।

ସେପଟେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୧ ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ କହିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ନୟାଗଡ଼ ଓ ନବରଙ୍ଗପୁର ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକ(Karnatak)ର କେତେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି। ଆଜି ସୁଦ୍ଧା କର୍ଣ୍ଣାଟକ, ରୟାଲସୀମା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ପୂର୍ବାନୁମାନ ଅନୁସାରେ ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଆଜି ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

About the Author