Weather Report: ମାର୍ଚ୍ଚ ମାସରୁ ରାଜ୍ୟରେ ଅନୁଭୂତ ହେଲାଣି ଏପ୍ରିଲ୍ ଭଳି ଉତ୍ତାପ। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବାର ସମ୍ଭାବନା ରହିଛି।
Maximum Temperature Forecast for next 5 days #Odisha #Premonsoon #temperature #maximum pic.twitter.com/3Xilhf3Bwo
— Meteorological Centre, Bhubaneswar (@mcbbsr) March 8, 2025
ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଇଏମଡି। ଆଜିଠୁ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମା ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଫଳରେ ଥଣ୍ଡା ପବନ ପ୍ରଭାବ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଆଗାମୀ ଦିନରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଛୁଇଁବ ବୋଲି ମଧ୍ୟ ଆଇଏମଡି(IMD)ର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି। ଚଳିତ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି।