Advertisement
Article Detail0/zeeodisha/odisha2680328
Zee OdishaWeatherWeather Update: ହୋଲିରେ ନିଆଁ ବର୍ଷା ! ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Update: ହୋଲିରେ ନିଆଁ ବର୍ଷା ! ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Update: ରାଜ୍ୟରେ ଉପରମୁହାଁ ପାରଦ।  ଆସନ୍ତା ୪ ଦିନ ତାତିରୁ ମିଳିବନି ତ୍ରାହି। ୧୭ ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର।  ଏନେଇ ଆଜି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁ଼ଡିକ ହେଲା, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ,  କେନ୍ଦୁଝର, ସୋନପୁର। ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ,ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଆଜି ଓ ଆସନ୍ତାକାଲି   ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ଉଷ୍ମ ରହିବ ରାତି। ସେହିପରି, ଆଜି ପଶ୍ଚିମ ଓଡ଼ିଶାରେ ୪୨ ଓ ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ବାଲେଶ୍ୱର, ଭଦ୍ରକ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁବୁ ଯେ, ସେହିପରି ଆସନ୍ତାକାଲି ବଲାଙ୍ଗୀର, ବୌଦ୍ଧ, ସୋନପୁର , ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ ଏହି ୭ଟି ଜିଲ୍ଲାରେ ହିଟୱେଭ ପାଇଁ ଅରେଞ୍ଜ ସତର୍କତା ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ୧୬ ତାରିଖରେ ପ୍ରବଳ ଖରା ନେଇ ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ କଳାହାଣ୍ଡି ଏବଂ ୧୭ ତାରିଖରେ ବଲାଙ୍ଗୀର, ନୂଆପଡା, ବରଗଡଙ୍କୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

About the Author