Advertisement
Article Detail0/zeeodisha/odisha2695734
Zee OdishaWeatherWeather Update: ଦିନକ ପରେ ଆହୁରି ବଢିବ ତାତି, ୫ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି

Weather Update: ଦିନକ ପରେ ଆହୁରି ବଢିବ ତାତି, ୫ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି

Weather Update: ବଦଳିଲା ପାଣିପାଗର ମିଜାଜ୍। କାଳବୈଶାଖି ପରେ ପରେ ଏବେ ପୁଣି ଉପରମୁହାଁ ପାରଦ। ଟାଣଖରା ସାଙ୍ଗକୁ ଗୁଳୁଗୁଳିରେ  ଅସ୍ତବ୍ୟସ୍ତ ଜୀନ ଜୀବନ। କିଛି ସ୍ଥାନରେ ପାରଦ ୨ ରୁ ୪ ଡିଗ୍ରୀ ବଢିଛି।  ଆଜିଠାରୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । 

Weather Update: ଦିନକ ପରେ ଆହୁରି ବଢିବ ତାତି, ୫ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି

Weather Update: ବଦଳିଲା ପାଣିପାଗର ମିଜାଜ୍। କାଳବୈଶାଖି ପରେ ପରେ ଏବେ ପୁଣି ଉପରମୁହାଁ ପାରଦ। ଟାଣଖରା ସାଙ୍ଗକୁ ଗୁଳୁଗୁଳିରେ  ଅସ୍ତବ୍ୟସ୍ତ ଜୀନ ଜୀବନ। କିଛି ସ୍ଥାନରେ ପାରଦ ୨ ରୁ ୪ ଡିଗ୍ରୀ ବଢିଛି।  ଆଜିଠାରୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଯାଏଁ ବର୍ଷାର କୌଣସି ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅର୍ଥାତ୍ ଆସନ୍ତା ୫ ଦିନ ଯାଏଁ ସୁଖିଲା ପାଗ ରହିବା ସହ ଖରା ହେବ। ତେବେ ୨୯ରୁ ଆହୁରି ତାତି ବୃଦ୍ଧି ପାଇବ। 

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Guru Gochar 2025: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏପ୍ରିଲରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ରହିବନି ଟଙ୍କାର ଅଭାବ!

ଗ୍ରୀଷ୍ମ ପ୍ରବାହ ପାଇଁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୯ ତାରିଖରେ ସୋନପୁର, କଳାହାଣ୍ଡି,ସମ୍ବଲପୁର,ବଲାଙ୍ଗିର ଓ ବୌଦ୍ଧ  ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ ୱେଭ ସତର୍କତା ଥିବା ବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । 

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗକୁ ତାତି ବଢିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁପାରେ ବୋଲି  ବିଭାଗ  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୦୦ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୩୫.୬ ଓ କଟକରେ ୩୪.୫ ତାପମାତ୍ରା ରେକର୍ଡ କରାଯାଇଛି ।

About the Author