Advertisement
Article Detail0/zeeodisha/odisha2671914

Weather Update: ଦିନକ ପରେ ଆହୁରି ବଢିବ ତାତି, ପାଣିପାଗ ବିଭାଗର ସୂଚନା!

Weather Update: ମାର୍ଚ୍ଚ ପ୍ରଥମ ସପ୍ତାହରୁ ମୁଣ୍ତଫଟା ତାତି। ଆସନ୍ତା ୨ ଦିନ  ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।  ମାତ୍ର ୨ ଦିନ ପରଠୁ  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଅର୍ଥାତ୍ ରାଜ୍ୟର ସମସ୍ତ ଜିଲ୍ଲାର ତାପମାତ୍ରା  ରବିବାର ଠୁ ବୃଦ୍ଧି ହେବ।  

Weather Update: ଦିନକ ପରେ ଆହୁରି ବଢିବ ତାତି, ପାଣିପାଗ ବିଭାଗର ସୂଚନା!
Weather Update: ମାର୍ଚ୍ଚ ପ୍ରଥମ ସପ୍ତାହରୁ ମୁଣ୍ତଫଟା ତାତି। ଆସନ୍ତା ୨ ଦିନ  ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।  ମାତ୍ର ୨ ଦିନ ପରଠୁ  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଅର୍ଥାତ୍ ରାଜ୍ୟର ସମସ୍ତ ଜିଲ୍ଲାର ତାପମାତ୍ରା  ରବିବାର ଠୁ ବୃଦ୍ଧି ହେବ।  ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ।  ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ। ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗୁରୁବାର ଦିନ  ପାରଳାଖେମୁଣ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା।  ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା।  ଝାରସୁଗୁଡାରେ  ୩୬.୪ ଡିଗ୍ରୀ ଥିଲା। ୩୫ ଡିଗ୍ରୀ ଉପରେ ୮ ସହର ଥିଲା। 
 
 
 
ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ପାଗରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ। ତେବେ, ଆସନ୍ତା ୫ ଦିନ ଉଭୟ ଦିନ ଓ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ।  ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରି ତାପମାତ୍ରା କମିଥି‌ବା ବେଳେ ଉପକୂଳରେ ୨ ଡିଗ୍ରୀ ହ୍ରାସ ପାଇଛି। ଝାରସୁଗୁଡ଼ାରେ ୩୬.୪, ମାଲକାନଗିରିରେ ୩୫.୪, ନୂଆପଡ଼ା, ସୁନ୍ଦରଗଡ଼, ‌ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୩୫ ଓ ଯାଜପୁରରେ ୩୫.୨  ଡିଗ୍ରୀ ଲେଖାଏଁ ରହିଥିଲା। ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଭିତରେ ଥିଲା। ଗତକାଲି ରାତିରେ ଅଧିକାଂଶ ସହରର ସର୍ବନିମ୍ନ ତପମାତ୍ରା ୧୫ ଡିଗ୍ରି ତଳକୁ ଖସିବା ସହ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିଲା। 
 
 
 
Add Zee News as a Preferred Source
About the Author