Advertisement
Article Detail0/zeeodisha/odisha2672979
Zee OdishaWeatherWeather Update: ତାତିରେ ଜଳୁଛି ଓଡ଼ିଶା! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

Weather Update: ତାତିରେ ଜଳୁଛି ଓଡ଼ିଶା! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

Weather Update: ଆଭ୍ୟନ୍ତରୀଣ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।  ଆଗାମୀ ୨ ସପ୍ତାହ ( ୮ ରୁ ୨୦ ମାର୍ଚ୍ଚ ଯାଏ) ଏହି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ୩୩ ପ୍ରତିଶତ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ପୂର୍ବାନୁମାନ କରିଛି। 

Weather Update: ତାତିରେ ଜଳୁଛି ଓଡ଼ିଶା! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
Weather Update: ଆଭ୍ୟନ୍ତରୀଣ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।  ଆଗାମୀ ୨ ସପ୍ତାହ ( ୮ ରୁ ୨୦ ମାର୍ଚ୍ଚ ଯାଏ) ଏହି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ୩୩ ପ୍ରତିଶତ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ପୂର୍ବାନୁମାନ କରିଛି। ମାଲକାନଗିରିରେ ଶୁକ୍ରବାର ଦିନ ତାପମାତ୍ରା ସର୍ବାଧିକ  ୩୬.୩ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ଓ ଝାରସୁଗୁଡାରେ ୩୬.୨, ସୁନ୍ଦରଗଡରେ ୩୫.୭, ସମ୍ବଲପୁରରେ ୩୫.୪, ବଲାଙ୍ଗୀରରେ ୩୫.୨,  ଅନୁଗୁଳରେ ୩୫.୧ ଡିଗ୍ରୀ ରେକର୍ଡ଼ କରାଯାଇଛି। 
 
 
 
ସେପଟେ, ଭୁବନେଶ୍ବର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଆସନ୍ତାକାଲି ଠୁ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମା ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଫଳରେ ଥଣ୍ଡା ପବନ ପ୍ରଭାବ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
Add Zee News as a Preferred Source
About the Author