Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2274153

Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ଉଷ୍ଣ ତାତି ଅନୁଭୂତ ହେଉଛି। ସେହିପରି ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ ୨୪ ଘଣ୍ଟା ଲାଗି ରହିବ। 

Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ଉଷ୍ଣ ତାତି ଅନୁଭୂତ ହେଉଛି।  ସେହିପରି ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି। ଶନିବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  ଆଉ ୨୪ ଘଣ୍ଟା ଲାଗି ରହିବ।  ଏହାପରେ ଅବଶ୍ୟ  ତାପମାତ୍ରା ୨ରୁ ୩ ଡିଗ୍ରୀ  ଯାଏଁ ଖସିବ, କିନ୍ତୁ ଆଭ୍ୟନ୍ତରିଣରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

ALSO READ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!

ସେହିପରି, ଉପକୂଳ ଓଡିଶାରେ ଆଦ୍ରତା ୭୦ ପ୍ରତିଶତ ରୁ ଅଧିକ ରହିଥିବାରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି। ଆଜି ଆଭ୍ୟନ୍ତରିଣ ଓଡି଼ଶାର ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍ ) ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ନୂଆପଡା। 

ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ  ଆରବିଆନ୍ ସମୁଦ୍ରର ଅବଶିଷ୍ଟ ଅଞ୍ଚଳ, ଲକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ରୟାଲସୀମା, ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗ ଅଞ୍ଚଳରେ ଆଗକୁ  ବଢିବାକୁ ପାଗ ଅନୁକୂଳ ରହିଛି।  ଏକ ନିମ୍ନ ଚାପରେଖା  ପଶ୍ଚିମ ଉତ୍ତର ପ୍ରଦେଶରୁ  ବାହାରି , ପଶ୍ଚିମ ଆସାମ ଅଞ୍ଚଳ ଯାଏଁ  ସମୁଦ୍ର ପତନରୁ  ୧.୫ କିମି ଉପରେ ଲମ୍ବିଛି। ଏହାସହ  ଆଉ ଏକ ଘୁର୍ଣ୍ଣିବଳୟ  ଉପକୂଳ ଆନ୍ଧ୍ରପ୍ରଦେଶର ପାଶ୍ବବର୍ତ୍ତୀ   ଅଞ୍ଚଳରେ  ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ  ବିକ୍ଷିପ୍ତ ବର୍ଷା ସହ  ଉପକୂଳ ପାଗ ମେଘୁଆ ରହିଛି। ୨୪ ଘଣ୍ଚାରେ ବାଲେଶ୍ବରର ଭୋଗରାଇରେ  ସର୍ବାଧିକ ବର୍ଷା ୬୪ ମିମି ରେକର୍ଡ଼ ହୋଉଛି।