Advertisement
Article Detail0/zeeodisha/odisha2645387
Zee OdishaWeatherWeather Update: ଆଜିଠାରୁ କମିବ ରାତି ତାପମାତ୍ରା, ୩୫ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା

Weather Update: ଆଜିଠାରୁ କମିବ ରାତି ତାପମାତ୍ରା, ୩୫ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା

Weather Update: ରାଜ୍ୟରେ ଜାରି ରହିଛି ଶୀତ -ଖରାର ଲୁଚକାଳି ଖେଳ। ସଂନ୍ଧ୍ୟା ଓ ସକାଳ ସମୟରେ ରାତିରେ ହାଲୁକା ଶୀତ ଅନୁଭବ ହେଉଥିବା ବେଳେ ଦିନ ବେଳେ ପ୍ରଚଣ୍ତ ଖରା ହେଉଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାତି ତାପମାତ୍ରା ଆଜିଠାରୁ କମିବ। 

 

Weather Update: ଆଜିଠାରୁ କମିବ ରାତି ତାପମାତ୍ରା, ୩୫ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା
Weather Update: ରାଜ୍ୟରେ ଜାରି ରହିଛି ଶୀତ -ଖରାର ଲୁଚକାଳି ଖେଳ। ସଂନ୍ଧ୍ୟା ଓ ସକାଳ ସମୟରେ ରାତିରେ ହାଲୁକା ଶୀତ ଅନୁଭବ ହେଉଥିବା ବେଳେ ଦିନ ବେଳେ ପ୍ରଚଣ୍ତ ଖରା ହେଉଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାତି ତାପମାତ୍ରା ଆଜିଠାରୁ କମିବ। ଏବଂ ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ମିଳିବ।ରାତିରେ ହାଲୁକା ଥଣ୍ତା ଲାଗିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।
 
 
 
ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ତାପମାତ୍ରା ସାମାନ୍ୟ କମିବ।  ଗରମ ପ୍ରକୋପ ବି କମିବ।  ହେଲେ ୧୬ରୁ  ପୁଣି ତାପମାତ୍ରା ବଢିବ। ୩୬-୩୭ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା। ପାଣିପାଗ ବିଭାଗ ଅନୁସାରେ,ବର୍ତ୍ତମାନ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା ରହିଛି। ଫଳରେ ରାତିରେ ଗତ କିଛିଦିନ ହେବ ଯେଉଁ ପଙ୍ଖା ଓ ଏସି ଲୋଡା ପଡୁଥିଲା। ସେଭଳି ସ୍ଥିତିରେ କିଛି ପରିବର୍ତ୍ତନ ଆସିବ। ଆସନ୍ତା ୪ ରୁ ୫ ଦିନ ଭିତରେ ପାଣିପାଗ ପରିବର୍ତ୍ତନର ବଡ଼ ସମ୍ଭାବନା ନାହିଁ। ଗୁରୁବାର ଭୁବନେଶ୍ବର ସମେତ ୮ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଏବଂ ତାହା ଠାରୁ ଅଧିକ ଥିଲା। ସବୁଠୁ ଉତ୍ତପ୍ତ ସହର ଅନୁଗୁଳ ଥିଲା।  ଏଠାରେ ପାରଦ ୩୫.୯ ଡିଗ୍ରୀ ଥିଲା। 
 
 
 
Add Zee News as a Preferred Source
About the Author