Advertisement
Article Detail0/zeeodisha/odisha2680981
Zee OdishaWeatherWeather Update: ଛଟପଟ କରୁଛି ତାତି, ୫ ଦିନ ପରେ କାଳବୈଶାଖୀ ଝଡ଼; ସତର୍କତା ଜାରି

Weather Update: ଛଟପଟ କରୁଛି ତାତି, ୫ ଦିନ ପରେ କାଳବୈଶାଖୀ ଝଡ଼; ସତର୍କତା ଜାରି

Weather Update: ଆଗାମୀ ୫ ଦିନ କାଳ କଲବଲ କରିବ ତାତି। ରାତିରେ ବି ମିଳିବନି ନିସ୍ତାର। ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Weather Update: ଛଟପଟ କରୁଛି ତାତି, ୫ ଦିନ ପରେ କାଳବୈଶାଖୀ ଝଡ଼; ସତର୍କତା ଜାରି

Weather Update: ଆଗାମୀ ୫ ଦିନ କାଳ କଲବଲ କରିବ ତାତି। ରାତିରେ ବି ମିଳିବନି ନିସ୍ତାର। ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୩ଦିନ ପାଇଁ ଏଭଳି କିଛି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ୧୮ ତାରିଖରେ ରାଜ୍ୟରେ ସାମାନ୍ୟ ତାତି ହ୍ରାସ ପାଇବା ସହିତ ୩ଟି ଜିଲ୍ଲାରେ ଗରମ ଅତ୍ୟଧିକ ରହିବ। ପାରଦ ୪୦ ଉପରେ ରହିବ। ସେହିପରି ପଞ୍ଚମ ଦିନ ଅର୍ଥାତ ୨୦ ବେଳକୁ ରାଜ୍ୟରେ ପରିବର୍ତ୍ତନ ଆସିବ। କିଛି ସ୍ଥାନରେ କାଳ ବୈଶାଖି ଝଡ଼ ହେବ। ଏଭଳି ସ୍ଥିତି ୨୨ ତାରିଖ ପର୍ଯ୍ୟନ୍ତ ରହିବ। ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼ ଓ କେନ୍ଦୁଝର ୫ଟି ଜିଲ୍ଲାରେ କାଳବୈଶାଖି ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Surya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି  କିଛି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ସିଭିୟର ହିଟଓ୍ୱେଭ ନେଇ ୩ ଜିଲ୍ଲା ଝାରସୁଗୁଡ଼ା, ସମ୍ୱଲପୁର ଓ ମୟୁରଭଞ୍ଜକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆଉ ୯ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା, ବାଲେଶ୍ୱର,ଗଜପତି,ଭଦ୍ରକ, କେନ୍ଦୁଝର,ବରଗଡ଼, ସୁବର୍ଣ୍ଣପୁର,ଅନୁଗୁଳ,ଢେଙ୍କାନାଳ ଓ କଳାହାଣ୍ଡି ।  ସେହିପରି, ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲା ପାଇଁ  ସିଭିୟର ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି।  ସେହିପରି ଗତକାଲି  ୪୦.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ସମ୍ୱଲପୁର ୪୦, ରାଉରକେଲା ୩୯.୪, ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ହୀରାକୁଦ ୩୯ ଡିଗ୍ରୀ କେନ୍ଦୁଝର ୩୭.୬ ଡିଗ୍ରୀ ରେକର୍ଡ଼ ହୋଇଛି।  ଭୁବନେଶ୍ୱର ୩୭ ଓ କଟକ ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି।

 

About the Author