Advertisement
Article Detail0/zeeodisha/odisha2635177
Zee OdishaWeatherWeather Update: ଆଜି ଏହିସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଦେଲା ସୂଚନା

Weather Update: ଆଜି ଏହିସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଦେଲା ସୂଚନା

Weather Update: କମିବ ରାତି ତାପମାତ୍ରା।  ଆଜି ରାତିରୁ ପରବର୍ତ୍ତୀ ୩ ଦିନ ଭିତରେ  ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ କମିବାର ସମ୍ଭାବନା ରହିଛି।  ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ।

 

Weather Update: ଆଜି ଏହିସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଦେଲା ସୂଚନା

Weather Update: କମିବ ରାତି ତାପମାତ୍ରା।  ଆଜି ରାତିରୁ ପରବର୍ତ୍ତୀ ୩ ଦିନ ଭିତରେ  ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ କମିବାର ସମ୍ଭାବନା ରହିଛି।  ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ। ଅନ୍ୟପଟେ,ଆସନ୍ତା ୮ ତାରିଖରୁ କୁହୁଡି଼ର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷକରି, ନୟାଗଡ, କଟକ,ଖୋର୍ଦ୍ଧା, ଗଂଜାମରେ ଘନ କୁହୁଡି ସମ୍ଭାବନା ରହିଛି। ଏହାଛଡା ପୁରୀ, ଗଜପତି, କଳାହାଣ୍ତି, କନ୍ଧମାଳରେ ବି ମଧ୍ୟମ ଧରଣର କୁହୁଡି ହୋଇପାରେ। ସେପଟେ, ସବୁଠୁ ଆଶ୍ଚର୍ଯ୍ୟ କଲାପରି କଥ୍ୟ ମଧ୍ୟ ପାଣିପାଗ ବିଭାଗ ଦେଇଛି।

ALSO READ: କୁମ୍ଭ ମେଳାରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଦେଖନ୍ତୁ...

ALSO READ: Today Horoscope: ସତର୍କ ରୁହନ୍ତୁ ଏହିସବୁ ରାଶି, କର୍ମକ୍ଷେତ୍ରରେ ଦେଖାଦେବ ବିବାଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Add Zee News as a Preferred Source

ଆଜି ଆଉ ୬ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା,  ନବରଙ୍ଗପୁର, କେରାପୁଟ, କେନ୍ଦୁଝର, ଗଞ୍ଜାମଳ, ଗଜପତି ଓ ରାୟଗଡ଼ା। ପାରଳାଖେମୁଣ୍ତିରେ  ସର୍ବାଧିକ ୩୫.୬ ଡିଗ୍ରୀ  ସେଲସିୟସ୍ ରେକର୍ଡ଼ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀରରେ ତାପମାତ୍ରା ୩୩.୯ ଡିଗ୍ରୀ ରେକର୍ଡ଼ ହୋଇଛି। ସେହିପରି ଭୁବନେଶ୍ବରରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ କଟକରେ ୩୧ ଡିଗ୍ରୀ, ସମ୍ବଲପୁରରେ ୩୫.୯, ଭବାନୀପାଟଣାରେ ୩୫.୫ ଓ ଅନୁଗୁଳରେ ୩୫.୧ ଡିଗ୍ରି ରେକର୍ଡ କରାଯାଇଛି। 

About the Author