Advertisement
Article Detail0/zeeodisha/odisha2679308
Zee OdishaWeatherWeather Update: ଆଜିଠୁ ବଢିବ ତାତି, ପ୍ରବଳ ଖରା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ଆଜିଠୁ ବଢିବ ତାତି, ପ୍ରବଳ ଖରା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ଆଜିଠୁ ବଢିବ ତାପମାତ୍ରା। ହିଟ୍ ଓ୍ବେଭ୍ ପ୍ରଭାବରେ ବଢିବ ତାତି। ଏହାସହ ପଶ୍ଚିମ ଓଡି଼ଶାରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରା ବଢିବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

Weather Update: ଆଜିଠୁ ବଢିବ ତାତି, ପ୍ରବଳ ଖରା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ଆଜିଠୁ ବଢିବ ତାପମାତ୍ରା। ହିଟ୍ ଓ୍ବେଭ୍ ପ୍ରଭାବରେ ବଢିବ ତାତି। ଏହାସହ ପଶ୍ଚିମ ଓଡି଼ଶାରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରା ବଢିବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷକରି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ। ଏ-ନେଇ ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆଜି ବିଶେଷକରି,  ସମ୍ବଲପୁର , ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।

ALSO READ: ବଲିଉଡର ଆଇଟମ୍ ଗାର୍ଲଙ୍କୁ ପଛରେ ପକାଇଦେବେ ଅଭିନେତ୍ରୀ ପ୍ରକୃତି! ଭାଇରାଲ୍ ହେଲା ଏହି ଭିଡିଓ

ALSO READ: Today Horoscope: ମେଷ -ସିଂହ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Add Zee News as a Preferred Source

ସେହିପରି, ଆସନ୍ତାକାଲି ପ୍ରବଳ ଖରା ନେଇ ୬ ଜିଲ୍ଲାକୁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା, ବୌଦ୍ଧ, ବଲାଙ୍ଗୀର , ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର। ଅନ୍ୟପଟେ,  ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା  ଅନୁଗୋଳ, ବରଗଡ଼ ,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ସୋନପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୯ଟି ସହର ତାପମାତ୍ରା ୩୭ରୁ ଅଧିକ ରେକର୍ଡ ହୋଇଛି। 

About the Author