)
Weather Update: ରାଜ୍ୟରୁ ଶୀତ କମିଛି (cold) । ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସହ ଶୀତ ପ୍ରଭାବ ଧିରେ ଧିରେ ଅପସରି ଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre)ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସମ୍ବଲପୁର, କନ୍ଧମାଳ, ବରଗଡ, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସର୍ବାଧିକ ସମ୍ବଲପୁରରେ (୧୩ ମିମି) ରେକର୍ଡ କରାଯାଇଛି। ସେହିଭଳି ଦିନରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ତିରେ ୩୫.୬ ଡିଗ୍ରୀ ଓ ସେମିଳିଗୁଡାରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୫ ରୁ ଉର୍ଦ୍ଧ ସହରରେ ୩୪ ଡିଗ୍ରୀ ଉପରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।
ଆସନ୍ତା ୨୩ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡି଼କ ହେଲା କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୂରଭଂଜ। ସେହିପରି ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଶୀତ ବିଶେଷ ପ୍ରକୋପ ପଡି଼ବ ନାହିଁ। ଏହା ସହ ରାଜ୍ୟରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ୨ ଦିନ ଘନ କୁହୁଡି଼ ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଜାତିୟ ରାଜପଥରେ ଯାତାୟତ କରୁଥିବା ସମୟରେ ଏହି ଘନ କୁହୁଡି଼କୁ ନଜରରେ ରଖି ସତର୍କତାର ସହ ଯିବା ଆସିବା ପାଇଁ ପରାମର୍ଶ ଦିଆଯାଇଛି। ଉପକୂଳ ଓ ତାର ପାଶ୍ବବର୍ତ୍ତୀ ଜିଲ୍ଲାରେ ତିନି ଦିନ ଯାଏଁ ଘନ କୁହୁଡି଼ ସମ୍ଭାବନା ରହିଛି। ରବିବାର ସକାଳୁ ୨୫ ଜିଲ୍ଲା ପାଇଁ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ, ଗଂଜାମ, ଗଜପତି, କୋରାପୁଟ୍, ରାୟଗଡା, କଳାହାଣ୍ତି, କନ୍ଧମାଳ, ସୋନପୁର, ବୌଦ୍ଧ, ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର, ମୟୂରଭଂଜ ,ସୁନ୍ଦରଗଡ,ଦେବଗଡ ଓ ଝାରସୁଗୁଡା ରହିଛି।