Advertisement
Article Detail0/zeeodisha/odisha2675305

weather updates ଆଜିଠୁ କଲବଲ କରିବ ତାତି, ଏହି ସବୁ ଜିଲ୍ଲାରେ ୪୦ ଡିଗ୍ରୀ ଡେଇଁବ ପାରଦ

ରାଜ୍ୟରେ କଲବଲ କରିବ ତାତି। ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା। ସୋମବାର ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭାଗ କହିବା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ସୋନପୁରରେ ୪୦ ଡିଗ୍ରୀ ଟପିବ। ଏହାକୁ ନ

weather updates ଆଜିଠୁ କଲବଲ କରିବ ତାତି, ଏହି ସବୁ ଜିଲ୍ଲାରେ ୪୦ ଡିଗ୍ରୀ ଡେଇଁବ ପାରଦ

weather updates ଭୁବନେଶ୍ବର: ରାଜ୍ୟରେ କଲବଲ କରିବ ତାତି। ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା। ସୋମବାର ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଭାଗ କହିବା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ସୋନପୁରରେ ୪୦ ଡିଗ୍ରୀ ଟପିବ। ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି )।

ରବିବାର ବୌଦ୍ଧ ସବୁଠୁ ତତଲା ପାଲଟିଥିଲା। ଏଠାରେ ଦିନ ତାପମାତ୍ର ମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୭.୪, ସୋନପୁର ରରେ ୩୭.୨, ଭବାନୀପାଟଣାରେ ୩୭ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ରହିଥିଲା।

ଆସନ୍ତା ୪ରୁ ୫ ଦିନ ଯାଏ ଦିନବେଳା ତାତି କ୍ରମଶଃ ୩ରୁ ୫ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି। ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍ ରହିବାକୁ ଏସ୍ ଆରସି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Add Zee News as a Preferred Source

 

୧୦ ତାରିଖରେ ସମ୍ବଲପୁର, ସୋନପୁର, ଟିଟିଲାଗଡ଼, ଟିଲାଗଡ଼, ଭବାନୀପାଟଣା ଟଣାରେ ତାତି ୪୦ ଡିଗ୍ରୀ ରହିବ। ସୁନ୍ଦରଗଡ଼ ও ଝାରସୁଗୁଡ଼ାରେ ୩୯ ଡିଗ୍ରୀ, ନୂଆପଡ଼ା, ରାଉରକେଲା, ସୁନ୍ଦରଗଡ଼ ଓ ମ ମାଲକାନଗିରି, ବାରିପଦା ଓ ପାରଳାଖେ ପାରଳାଖେମୁଣ୍ଡିରେ ୩୮, ଫୁଲବାଣୀରେ ୩୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ । ପୂର୍ବାନୁମାନ କରିଛି।

୧୧ ତାରିଖ (ମଙ୍ଗଳ (ମଙ୍ଗଳବାର) ପଶ୍ଚିମ ଓଡିଶାରେ ପାରଦ ୪୦ ଡିଗ୍ରୀ ଡେଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ଝାରସୁଗୁଡା, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ନୂଆପଡାରେ ପାରଦ ୩୯ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ୧୨ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

About the Author