Advertisement
Article Detail0/zeeodisha/odisha2724745
Zee OdishaWeatherWeather Updates: କାଳବୈଶାଖୀ ପରେ ବଢିଲା ତାପମାତ୍ରା, ଗୁଳୁଗୁଳିରେ ଛଟପଟ ଜୀବନ

Weather Updates: କାଳବୈଶାଖୀ ପରେ ବଢିଲା ତାପମାତ୍ରା, ଗୁଳୁଗୁଳିରେ ଛଟପଟ ଜୀବନ

ଭୁବନେଶ୍ୱର: କାଳ ବୈଶାଖି ପରେ ଏବେ ପୁଣିଥରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା। ରବିବାର ୧୦ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ। ଉପକୂଳରେ ମଧ୍ୟ ସମାନ ଅବସ୍ଥା । ଯଦିଓ ପାରଦ ୪୦ ଡିଗ୍ରୀ ତଳେ ରହିଛି ତଥା ଗୁଳୁଗୁଳି ପ୍ରଭାବରେ କଲବଲ ହୋଇଛି ଜୀବନ। ଆଜି ମଧ୍ୟ ପଶ୍ଟିମ ଓଡ଼ିଶାରେ ମୁଣ୍ଡ ଫଟା ଖରା ହେବ ବୋଲି ପା

Weather Updates: କାଳବୈଶାଖୀ ପରେ ବଢିଲା ତାପମାତ୍ରା, ଗୁଳୁଗୁଳିରେ ଛଟପଟ ଜୀବନ

Weather Updates:ଭୁବନେଶ୍ୱର: କାଳ ବୈଶାଖି ପରେ ଏବେ ପୁଣିଥରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା। ରବିବାର ୧୦ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ। ଉପକୂଳରେ ମଧ୍ୟ ସମାନ ଅବସ୍ଥା । ଯଦିଓ ପାରଦ ୪୦ ଡିଗ୍ରୀ ତଳେ ରହିଛି ତଥା ଗୁଳୁଗୁଳି ପ୍ରଭାବରେ କଲବଲ ହୋଇଛି ଜୀବନ। ଆଜି ମଧ୍ୟ ପଶ୍ଟିମ ଓଡ଼ିଶାରେ ମୁଣ୍ଡ ଫଟା ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ। କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍ ଡେଇଁପାରେ। ଗୁଳୁଗୁଳି ଜାରି ରହିବ। ବଡ଼ କଥା ହେଲା, ଆଶ୍ଵସ୍ତି ଦେଲା ଭଳି କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍। ୨୬ ତାରିଖବେଳକୁ କାଳବୈଶାଖୀ ବଢ଼ିପାରେ। ଏମିତି ହେଲେ ହିଁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍। ଆଜି ଅର୍ଥାତ ୨୧ ତାରିଖ ସୋମବାର ୧୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ବିଶେଷ କରି ଝାରସୁଗୁଡ଼ାରେ ପାରଦ ୪୩ ଡିଗ୍ରୀ ଡେଇଁବ ବୋଲି ପାଣିପାଗ ବିଭାଗ କହିଛି। ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ସ୍ଥାନରେ ୪୨ ଡିଗ୍ରୀ ଛୁଇଁବାକୁ ଥିବା ବେଳେ ବରଗଡ଼, ରାଉରକେଲା ଓ ଅନୁଗୋଳ ତାପମାତ୍ରା ୪୦ ଡିଗ୍ରୀ ହୋଇପାରେ। ସେପଟେ ରବିବାର ଭୁବନେଶ୍ଵରରେ ସକାଳ ସାଢ଼େ ୮ଟାରେ ପାରଦ ୩୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆର୍ଦ୍ରତା ଥିଲା ୮୧% । ହିଟ୍ ଇଣ୍ଡେକ୍ଟ ଅନୁସାରେ- ତାପମାତ୍ରା ଓ ଆର୍ଦ୍ରତା ଯୋଗୁ ସେତେବେଳେ ଅନୁଭୂତ ହେଉଥିଲା ୪୨ ଡିଗ୍ରୀ ଭଳି ଗରମ। ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୫.୨ ଡିଗ୍ରୀ, ଆର୍ଦ୍ରତା ୬୭% ଥିଲା । ଅନୁଭୂତ ହେଉଥିଲା ୪୫ ଡିଗ୍ରୀ ସେଲସିୟସ୍ ଭଳି ତାତି । 

Add Zee News as a Preferred Source

ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଯୋଗୁ କଟକ, ଚାନ୍ଦବାଲି, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଦିନ ସାଢ଼େ ୨ଟାବେଳେ ୪୭/୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା। ବର୍ତ୍ତମାନ ପୂର୍ବ ଭାରତରେ ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୪ରୁ ୬ ଡିଗ୍ରୀ ବଢ଼ିପାରେ। ୩ ଦିନ ପରେ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ବର୍ତ୍ତମାନ କାଳବୈଶାଖୀ ବିସ୍ତ୍ରୁତ ଅଞ୍ଚଳରେ ହେବନି। ସୋମ‌ବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା, ପବନ (୩୦ରୁ ୪୦ କିମି) ହୋଇପାରେ। ମଙ୍ଗଳବାର ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ।

About the Author